FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର

ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର

ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ):ଏବେ ଚାରିଆଡେ ଶୀତର ରାଜୁତି । ଘନ କୁହୁଡି ସହିତ ହାଲକା ହାଲକା ପବନେ ହାଡଭଂଗା ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର । ଶୀତରେ କମ୍ପୁଛି ସାରା ଶରୀର । ଶୀତରେ ସାରା ଜୀବ ଜଗତ ଜଡ ପାଲଟି ଯାଉଥିବା ବେଳେ ଦେହକୁ ଉଷୁମ ରଖିବା ପାଇଁ ଲୋକେ ନିଆଁ ସହିତ ଗରମ ଚା କଫିର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି ।ପ୍ରଚଣ୍ଡ ଗ୍ରୀଷ୍ଣ ଯୋଗୁଁ ସୁବର୍ଣ୍ଣପୁର ସାରା ରାଜ୍ୟରେ ପ୍ରତିବର୍ଷ ଚର୍ଚ୍ଚାର ପରିସରକୁ ଆସୁଥିବା ବେଳେ ଏଥର ଶୀତର ବି ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଚାରିଆଡେ ଜୀବ ଜଗତ କରୁଛି ଶୀତର ଅନୁଭର । ସାରା ପରିବେଶ ଘନ କୁହୁଡିର ଆସ୍ତରଣ ଭିତରେ ଲୁଚି ରହୁଛି । ପ୍ରବଳ ଶୀତ ସହିତ ହାଲକା ହାଲକା ପବନ ଓ ସବୁଜିମାରେ କାକରର ଛିଟା ବେଶ ମନମୁଗଧକର ହେଉଛି । ସତେ ଯେମତି ହାଡଭଂଗା ଶୀତ ରାଜୁତି କରୁଛି ସାରା ଜିଲ୍ଲାରେ । ରାଜ୍ୟରେ କେବେ ସୁବର୍ଣ୍ଣପୁର ସର୍ବନିମ୍ନ ପାରଦକୁ ଛୁଇଁବ ସବୁଠି ସେହି ଚର୍ଚ୍ଚା । ମଣିଷ ସହିତ ପଶୁ ପକ୍ଷୀ ବି ଶୀତର ମାଡରେ ବେହାଲ ହେଉଛନ୍ତି ।ସହରାଂଚଳ ଅପେକ୍ଷା ଗ୍ରାମାଂଚଳ ଏବଂ ଜଗଂଲିମୂଲକରେ ଶୀତର ପ୍ରକୋପ ବେଶ ଅଧିକ ଅନୁଭୁତ ହେଉଛି । ନିହାତି ଆବଶ୍ୟକ ନଥିଲେ ଲୋକେ ଘରୁ ପଦାକୁ ବାହରୁ ନାହାନ୍ତି ।ଦୋକାନ ବଜାର ବି ବେଶ ବିଳମ୍ବରେ ଖୋଲୁଛି । ଶୀତ ପାଇଁ ବ୍ୟବସାୟ ବି ମାନ୍ଦା ପଡିଛି ।ତେବେ ସହରାଂଚଳରେ ଲୋକେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ , ପାହାନ୍ତିଆରେ ପରିଭ୍ରମଣ ତଥା ପାର୍କକୁ ଯାଇ ବିଭିନ୍ନ ପ୍ରକାରର ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି ।ବିଶେଷକରି ସ୍ବାସ୍ଥ୍ୟ ସଚେତନ ଲୋକେ ବ୍ୟାୟାମ କରି ଦେହକୁ ଉଷୁମ ରଖିବା ସହିତ ଶୀତର ବେଶ ମଜା ନେଉଥିବା ଦେଖିବାକୁ ମିଳୁଛି ।ଏହି ବେଳାରେ ପୌରପରଷଦ ପକ୍ଷରୁ ନିରାଶ୍ରୟ , ଗୃହହୀନ ମାନଙ୍କୁ ଶୀତ ଦାଉରୁ ରକ୍ଷା କରିବାକୁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଦାବୀ ହେଉଛି । ଶୀତୁଆ ପାହାନ୍ତିଆରେ ସାରା ପରିବେଶ ବେଶ ମନଲୋଭା ହେଉଥିବା ବେଳେ ଅଧିକାଂଶ କିନ୍ତୁ ଶୀତ ମାଡରେ ବିଛଣା ଛାଡି ପାରୁ ନାହାନ୍ତି ।ଶୀତୁଆ ସକାଳର ମଜା ନେବା ସହିତ ନିଜକୁ ତାଜା ରଖିବାକୁ ହେଲେ ବିଛଣା ଛାଡି ଘରୁ ବାହାରିବାର ଆବଶ୍ୟକତା ରହିଛି

Leave a Reply

Your email address will not be published. Required fields are marked *

Related Posts