FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବର୍ଷା ହେଲେ ଭିଜିବନି ବାରବାଟୀ ଷ୍ଟାଡିୟମ, ଓସିଏ କରିଛି ଏପରି ବ୍ୟବସ୍ଥା !

ବର୍ଷା ହେଲେ ଭିଜିବନି ବାରବାଟୀ ଷ୍ଟାଡିୟମ, ଓସିଏ କରିଛି ଏପରି ବ୍ୟବସ୍ଥା !

ବର୍ଷା ହେଲେ ଭିଜିବନି ବାରବାଟୀ ଷ୍ଟାଡିୟମ, ଓସିଏ କରିଛି ଏପରି ବ୍ୟବସ୍ଥା !
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ଆସନ୍ତା ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତି ହେବ ଟି-୨୦ ମ୍ୟାଚ୍ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଆନୁଷଙ୍ଗିକ କାମ ଜୋରସୋର୍ରେ ଚାଲିଛି । ଏମିତି କି ଚଳିତ ବର୍ଷ ଷ୍ଟାଡିୟମ୍କୁ ନୂଆ ଲୁକ୍ ଦେବା ପାଇଁ ବିଭିନ୍ନ କାମ ଚାଲିଛି । ମ୍ୟାଚ୍ ମଝିରେ ବର୍ଷା ଯେପରି ବାଧକ ନ ହେବ ଓ ବର୍ଷା ହେଲେ ମଧ୍ୟ ପଡ଼ିଆକୁ କିପରି ଶୀଘ୍ର ଶୁଖାଯାଇପାରିବ ସେନେଇ ଅଷ୍ଟ୍ରେଲିଆରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ସୁପର ସୋପର ମେସିନ୍ ଅଣାଯାଇଛି । ଫଳରେ ଏହି ଅତ୍ୟାଧୁନିକ ମେସିନ୍ ମାତ୍ର କିଛି ସମୟ ମଧ୍ୟରେ ହିଁ ପଡ଼ିଆକୁ ଶୁଖାଇଦେବ ।

ଏହି ମେସିନ୍ ଗୁଜୁରାଟର ମୋଟେରା ଷ୍ଟାଡିୟମ ସହ ଭାରତର ଅନ୍ୟ କେତୋଟି ଷ୍ଟାଡିୟମ ସବୁରେ ରହିଛି । ତେବେ ଆଗାମୀ ଦିନରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ୍ରେ ମଧ୍ୟ ଏହା ସହାୟକ ହେବ ବୋଲି କହିଛନ୍ତି ଓସିଏ ମୁଖ୍ୟ ପିଚ୍ କ୍ୟୁରେଟର ।
ସୂଚନା ଅନୁସାରେ, ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ହେବ । ଏଥିପାଇଁ ଗତକାଲି ଦକ୍ଷିଣ ଆଫ୍ରିକା ଟିମ୍ ଭାରତରେ ପହଞ୍ଚିଛି । ଗତ ଜୁନ୍ ୧ ତାରିଖଠାରୁ ମ୍ୟାଚ୍ ପାଇଁ ଅନ୍ଲାଇନ୍ ଟିକେଟ୍ ବାକ୍ରି ହେଉଥିବାବେଳେ ଆସନ୍ତା ୯ରେ ଅଫ୍ଲାଇନରେ ବାରବାଟୀ ଷ୍ଟାଡିୟମ ପରିସରରେ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ ।
ଅନ୍ୟପକ୍ଷେ, ବାରବାଟୀ ଟି-୨୦ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ମକ୍ ଡ୍ରିଲ କରାଯାଇଛି । ମ୍ୟାଚ ସମୟରେ ଯଦି କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜେ ତେବେ ଏହାର ମୁକାବିଲା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି । ଏଥିପାଇଁ ପୋଲିସ,ଅଗ୍ନିଶମ ବିଭାଗ, ବେସରକାରୀ ସୁରକ୍ଷା କର୍ମୀ, ଓଡ୍ରାଫ, ମେଡ଼ିକାଲ ଟିମ ଓ ଓସିଏ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଗତକାଲି ମକଡ୍ରିଲ ଆୟୋଜିତ କରାଯାଇଛି । ଏହାସହ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବାରବାଟୀରେ ମକଡ୍ରିଲର ସମୀକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts