ଭିଜିଲାନ୍ସ ଜାଲରେ ଆଇସିଡିଏସ ସୁପରଭାଇଜର

SHARE NOW :
ନୂଆପଡା (ଲାଇଭ୍ ଓଡିଶା ନ୍ୟୁଜ୍) : ଦୂର୍ନିତୀର ଚରମସୀମାରେ ସରକାରୀ କର୍ମଚାରୀ । ଦେଶ ସେବାରେ ନିଜକୁ ନିୟୋଜିତ ନକରି ଲାଞ୍ଚ ନେବାରେ ବ୍ୟସ୍ତ । କିଛି ଦିନ ତଳେ ଗୋଟିଏ ଦିନରେ ୪ କର୍ମଚାରୀଙ୍କୁ ଭିଜିଲାନ୍ସ ଧରିଥିବା ବେଳେ ପୁଣି ଜାଲରେ ଫସିଲେ ଅନ୍ୟ ଏକ ଦୁର୍ନୀତିଖୋର ସରକାରୀ ବାବୁ । ଭିଜିଲାନ୍ସ କାବୁରେ ନୂଆପଡା ଜିଲ୍ଲା ସିନାପାଲି ଆଇ ସି ଡି ଏସ ସୁପରଭାଇଜର । ଅଙ୍ଗନୱାଡି କର୍ମୀ ନିଯୁକ୍ତି କରାଇ ଦେବା ନେଇ ଲାଞ୍ଚ ନେଉଥିଲେ ସୁପରଭାଇଜର ହର୍ଷମଣି ।
ସୂଚନା ଅନୁସାରେ ଚଟିଆଗୁଡା ସେକ୍ଟର ସାଗୁନଭାଡ଼ି ଗ୍ରାମର ଅଙ୍ଗନୱାଡି କର୍ମୀ ପାଇଁ ବିଜ୍ଞପ୍ତି ବାହାରିଥିଲା। ଏହି ବିଜ୍ଞପ୍ତି ମୁତାବକ ସେହି ଗ୍ରାମର ଜଣେ ମହିଳାଙ୍କୁ ଅଙ୍ଗନୱାଡି କର୍ମୀ ନିଯୁକ୍ତି କରାଇଦେବା ନେଇ ହର୍ଷମଣି ୮୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ। ଆଜି ଖଡ଼ିଆଳ ଭଡାଘରୁ ବସ ଯୋଗେ ସିନାପାଲି ଯାଇଥିବା ବେଳେ ସେଠାରେ ଯୋଜନା ମୁତାବକ ୮୦ ହଜାର ଟଙ୍କା ନେଇଥିଲେ । ଏବଂ ବସଷ୍ଟାଣ୍ଡ ଠାରେ ଭିଜିଲାନ୍ସ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ତାଙ୍କ ଭେନିଟି ବ୍ୟାଗ ରୁ ୮୦ ହାଜର ଟଙ୍କା ଜବତ କରାଯାଇଥିବା ସହ ତାଙ୍କୁ ଗିରଫ କରାଯାଇଛି । ଭିଜିଲାନ୍ସ ର ତିନି ଗୋଟି ଦଳ ପୃଥକ ପୃଥକ ଭାବରେ ଏକା ସାଙ୍ଗରେ ସିନପାଳି ସ୍ଥିତ ତାଙ୍କ କାର୍ୟ୍ୟାଳୟ, ଖଡ଼ିଆଳ ସ୍ଥିତ ତାଙ୍କ ଭଡା ଘର ଏବଂ ବୋଡେ଼ନ ବ୍ଲକ ଅଅଁଳାଭଟା ପିତୃକ ଗ୍ରାମକୁ ଚଢ଼ାଉ କରିଛନ୍ତି।