ଟାଟା ପକ୍ଷରୁ ପିଲାମାନଙ୍କୁ ଅଧ୍ୟୟନ ସାମଗ୍ରୀ ବଣ୍ଟନ

SHARE NOW :
କେନ୍ଦୁଝର, ୧୮.୯(ଲାଇଭ୍ ଓଡିଶା ନ୍ୟୁଜ୍): ଟାଟା କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ ଏବଂ ଅବସରପ୍ରାପ୍ତ ଟାଟା ସହକର୍ମୀଙ୍କୁ ଏକତ୍ରିତ କରି ଏକ କ୍ଷୁଦ୍ର ସ୍ୱେଚ୍ଛାସେବୀ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ଓ ସେପ୍ଟେମ୍ବର ମାସରେ ଟାଟା ସ୍ୱେଚ୍ଛାସେବୀ ସପ୍ତାହ ପାଳନ ହୋଇଥାଏ। ଏହି ଟାଟା ସ୍ୱେଚ୍ଛାସେବୀ ସପ୍ତାହ ଉତ୍ସବର ୧୬ତମ ସଂସ୍କରଣରେ ଯୋଡାର ଟାଟାଷ୍ଟିଲ ଅଧିକାରୀମାନେ ଭୂୟାଁରୋଇଡା ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, କ୍ୟାମ୍ପ ହାଟିଙ୍ଗରେ ଯୋଗଦେଇ ପିଲାମାନଙ୍କ ସହିତ କିଛି ସମୟ ଅତିବାହିତ କରିବା ସହ୫୦ରୁ ଅଧିକ ପିଲାଙ୍କୁ ଅଧ୍ୟୟନ ସାମଗ୍ରୀ, କେକ ଏବଂ ବିସ୍କୁଟ ବଣ୍ଟନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା, ପାଠ୍ୟସାମଗ୍ରୀ ଓ କ୍ରୀଡ଼ା ଉପକରଣ ବଣ୍ଟନ ସହ ମହିଳା ମାନଙ୍କ ମଧ୍ୟରେ ଋତୁସ୍ରାବ ସମ୍ପର୍କିତ ସଚେତନତା ଓ ପିଲାମାନଙ୍କ ମଧ୍ୟରେ ଉଦ୍ଭିଦ ଓ ପ୍ରାଣୀ ଜଗତ ସମ୍ପର୍କରେ ସଚେତନତା ସୃଷ୍ଟିଭଳି ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା ।