FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଗୋଷ୍ଠୀସାଧନ କେନ୍ଦ୍ର ଉଦଘାଟିତ

ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଗୋଷ୍ଠୀସାଧନ କେନ୍ଦ୍ର ଉଦଘାଟିତ

ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଗୋଷ୍ଠୀସାଧନ କେନ୍ଦ୍ର ଉଦଘାଟିତ
SHARE NOW :

କେନ୍ଦୁଝର, ୧୫.୯(ଲାଇଭ୍ ଓଡିଶା ନ୍ୟୁଜ୍‌/ଦିଗମ୍ବର ବେହେରା): ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷର କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ର ୧୩ ନମ୍ବର ୱାର୍ଡ଼ ବାଂଶପାଣିଗ୍ରାମରେ ଦାସହଟିଂ ବାସିନ୍ଦାଙ୍କ ପାଇଁ ମଙ୍ଗଳବାର ଦିନ ଏକ ଗୋଷ୍ଠୀସାଧନ କେନ୍ଦ୍ର ଉଦଘାଟନ କରାଯାଇଛି । ଏହି ଗୋଷ୍ଠୀକେନ୍ଦ୍ର ଦ୍ୱାରା ସ୍ଥାନୀୟ ଅଂଚଳର ୪୦୦ରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହୋଇପାରିବେ ।


ଏଠାରେ ଗ୍ରାମର ଯୁବବର୍ଗଙ୍କ ପାଇଁ ପାଠ୍ୟକ୍ରମ ଓ ସଚେତନତା ଅଧିବେସନ ସହ ବିଭିନ୍ନ ସାଂସ୍କୃତିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ତଥା ଗୋଷ୍ଠୀ କେନ୍ଦ୍ରିକ କା ର୍ଯ୍ୟକ୍ରମ ଆୟୋଜନ ମଧ୍ୟ କରାଯିବ । ଏଥିରେ ୩ଟି କକ୍ଷ ଓ ଶୌଚାଳୟ ରହବା ସହ ଜଳ ଯୋଗାଣ ପାଇଁ ଓଭର ହେଡ ଟ୍ୟାଙ୍କ୍ ସହିତ ଏକ ସୋକ୍ ମଟର ର ମଧ୍ୟ ବ୍ୟବସ୍ଥା ରହିଛି ।
ଉଦଘାଟନୀ ଉତ୍ସବରେ ଯୋଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଓଏଏସ୍ (ଏସ୍‌ବି) ଶ୍ରୀବିଚିତ୍ରାନନ୍ଦ ନାୟକ, ଟାଟାଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶକୁମାର,ଯୋଡ଼ା ଇଷ୍ଟ ଲୌହ ଖଣିକର୍ମଚାରୀ ସଂଘର ସଭାପତି ଶ୍ରୀତାରାଣୀ ନାୟକ ଟାଟାଷ୍ଟିଲ୍ ଓଡିଶା ସିଏସ୍‌ଆର ମୁଖ୍ୟ ଅମ୍ବିକା ନନ୍ଦ, ୱାର୍ଡ଼ ନମ୍ବର-୧୨ର ପୂର୍ବତନ କାଉନ୍‌ସିଲର ରଞ୍ଜିତା ଭଞ୍ଜଦେଓ ଏବଂ ସ୍ଥାନୀୟ ଅଂଚଳର ଯୁବନେତା ଶ୍ରୀଚର୍ଚ୍ଚିଲ ମହାକୁଡ଼ଙ୍କ ସମେତ ଟାଟାଷ୍ଟିଲ ଫାଉଣ୍ଡେସନ୍‌ର ଅଧିକାରୀବୃନ୍ଦ ଓ ସ୍ଥାନୀୟଲୋକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Related Posts