FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଟାଟା ଷ୍ଟିଲ ପକ୍ଷରୁ ପ୍ରସବକାଳୀନ ସ୍ୱାସ୍ଥ୍ୟ ପରୀକ୍ଷଣ କାର୍ଯ୍ୟକ୍ରମ

ଟାଟା ଷ୍ଟିଲ ପକ୍ଷରୁ ପ୍ରସବକାଳୀନ ସ୍ୱାସ୍ଥ୍ୟ ପରୀକ୍ଷଣ କାର୍ଯ୍ୟକ୍ରମ

ଟାଟା ଷ୍ଟିଲ ପକ୍ଷରୁ ପ୍ରସବକାଳୀନ ସ୍ୱାସ୍ଥ୍ୟ ପରୀକ୍ଷଣ କାର୍ଯ୍ୟକ୍ରମ
SHARE NOW :

ଯୋଡ଼ା, ୨୬.୯(ଲାଇଭ୍ ଓଡିଶା ନ୍ୟୁଜ୍‌): ଗର୍ଭବତୀ ମହିଳାମାନଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଶୁକ୍ରବାରଦିନ ଜୁରୁଡ଼ିର ଜୋରିବାର ଗ୍ରାମରେ ଏକ ପ୍ରସବକାଳୀନ ସ୍ୱାସ୍ଥ୍ୟ ପରୀକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଗର୍ଭବତୀ ମହିଳାମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ସହ ପ୍ରସବକାଳୀନ ସ୍ୱାସ୍ଥ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସ୍ୱାସ୍ଥ୍ୟ ପରୀକ୍ଷଣ ଅଧିବେସନର ଆୟୋଜନ କରାଯାଇଥିଲା ।
ଗର୍ଭଧାରଣ ସମୟରେ ଗର୍ଭସ୍ଥ ଶିଶୁର ଅଗ୍ରଗତିକୁ ନିରୀକ୍ଷଣ କରିବା ସହିତ ମା ଓ ଗର୍ଭସ୍ଥ ଶିଶୁର ସୁସ୍ଥତା ସମ୍ପର୍କରେ ଜାଣିବା ପାଇଁ ପ୍ରସବକାଳୀନ ସ୍ୱାସ୍ଥ୍ୟ ପରୀକ୍ଷଣ ନିହାତି ଆବଶ୍ୟକ । ସଠିକ୍ ପ୍ରସବକାଳୀନ ସ୍ୱାସ୍ଥ୍ୟ ପରୀକ୍ଷଣ ମା’କୁ ଆବଶ୍ୟକ ଯତ୍ନ ପ୍ରଦାନ ସହିତ ମା ନିକଟରେ ପରିଲକ୍ଷିତ ହେଉଥିବା ଗର୍ଭବସ୍ଥା ସମ୍ପର୍କିତ ଜଟିଳତା ଯଥା ରକ୍ତହୀନତା, ପ୍ରି-ଏକ୍ଲାମପ୍ସିଆ ଏବଂ ଉଚ୍ଚ ରକ୍ତଚାପ ଇଦ୍ୟାଦି ଏବଂ ଗର୍ଭସ୍ଥ ଶିଶୁର ମନ୍ଥର ଅଗ୍ରଗତିକୁ ମଧ୍ୟ ଚିହ୍ନଟ କରାଯାଇପାରିବ ।

ଏହି କାର୍ଯ୍ୟକ୍ରମରେ ହେସାଂବେଡ଼ା, ପଲସା ଖ ଓ ଜୋରିବାର ଗ୍ରାମର ମୋଟ ୩୦ ଜଣ ମହିଳା ଏହି ଅଂଶଗ୍ରହଣ କରିଥିଲେ । କମରଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡଃ ଶିଶିର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡଃ ପ୍ରଫୁଲ କୁମାର ମୋହନ୍ତୋ, ଡଃ ରଶ୍ମି ଦାସ ଓ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ଡଃ ଅନମୋଲ ଟିଗା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Related Posts