FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଟାଟା ଷ୍ଟିଲ୍ ଫାଉଣ୍ଡେସନର ନିଆର “ପ୍ରୟାସ କିଚେନ୍ ଗାର୍ଡେନ୍ “

ଟାଟା ଷ୍ଟିଲ୍ ଫାଉଣ୍ଡେସନର ନିଆର “ପ୍ରୟାସ କିଚେନ୍ ଗାର୍ଡେନ୍ “

ଟାଟା ଷ୍ଟିଲ୍ ଫାଉଣ୍ଡେସନର ନିଆର “ପ୍ରୟାସ କିଚେନ୍ ଗାର୍ଡେନ୍ “
SHARE NOW :


ଯୋଡ଼ା(ଲାଇଭଓଡିଶା ନ୍ୟୁଜ) , କେନ୍ଦୁଝର ଯୋଡାରେ ଦେଖିବାକୁ ମିଳିଛି ଏକ ନିଆର ପ୍ରୟାସ । ଯାହାର ନାଁ କିଚେନ୍ ଗାର୍ଡେନ । ଏହି କିଚେନ୍ ଗାର୍ଡେନ୍ ଦ୍ୱାରା ନିୟମିତ ଏବଂ ସହଜରେ ସତେଜ ପନିପରିବା ମିଳୁଛି , ଯାହା ପୃଷ୍ଟିସାର ପାଇଁ ବହୁତ ଲାଭଦାୟକ । ସବୁଜ ପନିପରିବାରେ ରହିଛି ଭିଟାମିନ୍, ଖଣିଜ ଏବଂ ଲଘୁ ପୋଷକ ତତ୍ୱ ଯାହା ଲୋକମାନଙ୍କୁ ରୋଗରୁ ସୁରକ୍ଷା ପ୍ରଦାନ କରେ । ଯୋଡ଼ାର ବିଭିନ୍ନ ଅଂଚଳ ବିଶେଷ କରି ଖନ୍ଦବନ୍ଦ ଓ ଗୁରୁଡ଼ାରେ କିଚେନ୍ ଗାର୍ଡେନ ବେଶ ଲୋକପ୍ରିୟ ହୋଇପାରିଛି । କିଚେନ୍ ଗାର୍ଡେନ୍ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଅନେକ ସହାୟତା ପ୍ରଦାନ କରାଯାଉଛି । ଦୁଇଟି ଗ୍ରାମର ପରିବାରରେ ୧୨୦ ଚାରା ବଣ୍ଟନ କରାଯାଇଛି । ଯୋଡ଼ାରେ ପ୍ରାୟ ୧୬୬ ପରିବାରକୁ ୬୭୪ ଚାରା ପ୍ରଦାନ କରାଯାଇଛି । ଏହି ଚାରା ଗଛଗୁଡ଼ିକ ହେଉଛି ଅମୃତଭଣ୍ଡା ଓ ସଜନା ଭଳି ଫଳ ପ୍ରଦାନକାରୀ ଚାରା । ସାଧାରଣତଃ ସ୍ଥାନୀୟ ଗୋଷ୍ଠୀ ନିଜ ବାଡ଼ି ପଟେ ଏକପ୍ରକାର ପନିପରିବା କରନ୍ତି । ଗୋଟିଏ ପର୍ଯ୍ୟାୟ ସଚେତନତା ପରେ ସେମାନେ ପତ୍ର, ବୁଦା ଏବଂ କ୍ରିପର ଆଦି ତିନି ସ୍ତରୀୟ ଫସଲ ଆରମ୍ଭ କରିଛନ୍ତି । ବିବିଧ ସ୍ତରୀୟ ଚାଷ ଚାଷୀମାନଙ୍କ ଲାଗି ପ୍ରତି ବର୍ଷ ପନିପରିବା ଚାଷ କରିବାର ନୂଆ ପକ୍ରିୟା ହେଉଛି କିଚେନ୍ ଗାର୍ଡେନ । କାରଣ ଏଥିରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହେବାର ଆଶଙ୍କା କମ୍ ରହିଥାଏ । ଏହା ଏକ ସମ୍ଭାବ୍ୟ ଜ୍ଞାନକୌଶଳ ଯାହା ପ୍ରାକୃତିକ ସମ୍ବଳର ଉପଯୁକ୍ତ ବିନିଯୋଗ କରିଥାଏ । ଦେବରା ମୁଣ୍ଡାଙ୍କ ବୟସ ୪୫ ବର୍ଷ ଓ ସେ ଖନ୍ଦବନ୍ଦର ବାସିନ୍ଦା । ପୂର୍ବରୁ ସେ ସିକ୍ୟୁରିଟି ଗାର୍ଡ ଭାବେ କାର‌୍ୟ୍ୟ କରୁଥିଲେ ଓ ଅବସର ଗ୍ରହଣ କରିଛନ୍ତି । ତାଙ୍କର ନଅ ଜଣିଆ ସଦସ୍ୟ ବିଶିଷ୍ଟ ପରିବାରରେ ସେ ହେଉଛନ୍ତି ଏକମାତ୍ର ଆୟକାରୀ ସଦସ୍ୟ, ତାଙ୍କ ପୁଅ ଜଣେ ଦିନମଜୁରିଆ ଭାବେ କାର‌୍ୟ୍ୟ କରୁଛନ୍ତି ।ନିଜ ଘର ପଛ ବାଡ଼ିରେ କିଚେନ୍ ଗାର୍ଡେନ୍ ସ୍ଥାପନ କରିବା ଲାଗି ତାଙ୍କୁ ଚାରା ଦିଆଯାଇଥିଲା ।

ସେ ଏବେ ନିଜ ପରିବାରର ଦୈନିକ ଆବଶ୍ୟକତାର ପୁରଣକରି ସ୍ୱାବଲମ୍ବୀ ହୋଇପାଛନ୍ତ । ଦେବରା ମୁଣ୍ଡା କହିଛନ୍ତି ଯେ, “ମୋତେ ପନିପରିବା ମଞ୍ଜି ଦେଇଥିବାରୁ ମୁଁ ଆଜି ସଫଳ ହୋଇପାରିଛି ଏବଂ କାହିଁକି ପ୍ରତିଟି ଘରେ ଏକ ଛୋଟ କିଚେନ୍ ଗାର୍ଡେନ୍ ରହିବା ଦରକାର ତାହାର ଗୁରୁତ୍ୱ ବୁଝାଇଥିବାରୁ ଟିଏସ୍ଏଫ୍ ନିକଟରେ ମୁଁ କୃତଜ୍ଞ । ଆଜି ମୁଁ ସତେଜ ପନିପରିବା ଖାଉଛି ଏବଂ ଏଭଳି ଗୋଷ୍ଠୀରେ ପନିପରିବା ବାଂଟୁଛି । ଯେହେତୁ ମୁଁ ଜଙ୍ଗଲ ଅଂଚଳରେ ରହୁଛି ତେଣୁ ସତେଜ ପନିପରିବା ଆଣିବା ଲାଗି ଆମକୁ ସହରାଞ୍ଚଳ ଯିବାକୁ ପଡ଼େ, କିନ୍ତୁ ଏବେ ମୋ ନିଜ ଘରେ ସତେଜ ପନିପରିବା ଉପଲବ୍ଧ ହୋଇଥିବାରୁ ଆଉ ବାହାରୁ ପନିପରିବା କିଣିବାକୁ ପଡ଼ୁନାହିଁ । ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଆଣିବା ସହ ପ୍ରୋଟିନ, ଭିଟାମିନ ଓ ଫାଇବର ଥିବା ପନିପରିବାକୁ ସାମିଲ କରି ଏହି କିଚେନ୍ ଗାର୍ଡେନ୍ଗୁଡ଼ିକ ଆଦିବାସୀ ସଂମ୍ପ୍ରଦାୟର ଲୋକମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଅନେକ ଘରେ, କିଚେନ୍ ଗାର୍ଡେନ ନିରନ୍ତର ଜୀବନ ଓ ଜୀବିକା ପାଇଁ ବରଦାନ ସୃଦଶ । ଲକଡାଉନ୍ ସମୟରେ ଏହା କେବଳ ଲୋକଙ୍କ ପରିବାରରେ ସତେଜ ପନିପରିବା ପହଞ୍ଚାଇ ନାହିଁ ବରଂ ଏକ ସୁସ୍ଥଜୀବନ ବଞ୍ଚିବାର ଉପାୟ ଆଣିଦେଇଛି ।

Leave a Reply

Your email address will not be published. Required fields are marked *

Related Posts