ଯୁବ ପିଢ଼ିଙ୍କ ପାଇଁ ଟାଟା ଷ୍ଟିଲ୍ର ଏମ୍ଆର୍ଏ ଅଭିଯାନ

SHARE NOW :
ଯୋଡା଼, ୧୬.୯(ଓଡିଶା ଲାଇଭ୍ ନ୍ୟୁଜ୍ ): ସମାଜରେ ପରିବର୍ତନ ଆଣିବା ଲାଗି ଯୁବ ପିଢ଼ିଙ୍କୁ ଅନୁପ୍ରାଣିତ କରିବାରେ ଏମ୍ଆରଏ ପ୍ରମୁଖ ଭୂମିକା ନିର୍ବାହ କରିଛିି । ଆତ୍ମବିଶ୍ଲେଷଣ, ପ୍ରେରଣା, ଅଭିଯାନ ଓ ସ୍ୱାଧୀନତା ଏହି ଆଧାରରେ ଏମ୍ଆର୍ଏ କର୍ମଶାଳାର ନୀତି ସ୍ଥାପନ କରିଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ । ଯୁବ ବର୍ଗଙ୍କୁ ଉତ୍ସାହିତ କରିବାକୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଲକ୍ଷ ରଖି ଏହି ଅଭିଯାନ ଚଲାଇଛି ।
ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଉତ୍ତମ ପାରସ୍ପରିକ ଦକ୍ଷତା ବିକାଶ କରିବାରେ ଏମଆରଏ ବହୁ ସହାୟକ ହୋଇଥାଏ ।ଯାହା ଜଣଙ୍କୁ କେବଳ ସଫଳ ହେବା ପାଇଁ ନୁହେଁ ବରଂ ଦୟାଳୁ ଓ ଟିମ୍ ସଦସ୍ୟଙ୍କ ପ୍ରତି ସହଯୋଗୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ।
ଜୁରୁଣ୍ଡିର ହେମ୍ ବାହାଦୂର ଥାପା ଏହି ଏମ୍ଆର୍ଏ ଜରିଆରେ ନିଜ ଦକ୍ଷତା ବିକାଶ କରିପାରିଥିବାରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପ୍ରତି କୃତଜ୍ଞତା ଅର୍ପଣ କରିଥିଲୋ ସେ ଜଣେ ଅତ୍ୟନ୍ତ ଶାନ୍ତ ସ୍ୱାଭବର ଓ ଦର୍ଶକଙ୍କ ସମ୍ମୁଖରେ କହିବା ଲାଗି ତାଙ୍କ ଠାରେ କମ୍ ଆତ୍ମବିଶ୍ୱାସ ଥିଲା ବୋଲି ଜଣାଇଥିଲେ । ହେଲେ ଏନ୍ଆଇଆଇଟି କମ୍ପ୍ୟୁଟର ସେଂଟରରେ ପାଠପଢ଼ି ବା ସମୟରେ ସେ ।ଟଟା ଷ୍ଟିଲ୍ ଫାଉଣ୍ଡେସନର ଅଭିଯାନ ସହ ଜଡ଼ିତ ହୋଇଥିଲେ ଯାହା ଜରିଆରେ ତାଙ୍କୁ ଏମଆରଏ କାର୍ଯ୍ୟକ୍ରମକୁ ପଠାଯାଇଥିଲା । ଏବେ ସେ ବ୍ରହ୍ମପୁରରେ ପ୍ରତିରକ୍ଷା ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।
ହେମ୍ ବାହାଦୂର ଭଳି ବିଛାକୁଣ୍ଡିର ରବିନ୍ଦ୍ର ମୁଣ୍ଡା ଏମ୍ଆରଏ ପ୍ରଶିକ୍ଷଣରେ ଯୋଗ ଦେଇ ସ୍ୱ-ଅନୁପ୍ରାଣିତ ହୋଇପାରିଥିବାରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପ୍ରତି କୃତଜ୍ଞତା ଅର୍ପଣ କରଛନ୍ତି ।