FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଯୁବବର୍ଗଙ୍କ ଦକ୍ଷତା ବିକାଶରେ ଗୁରୁତ୍ୱ ଦେଉଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌

ଯୁବବର୍ଗଙ୍କ ଦକ୍ଷତା ବିକାଶରେ ଗୁରୁତ୍ୱ ଦେଉଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌

ଯୁବବର୍ଗଙ୍କ ଦକ୍ଷତା ବିକାଶରେ ଗୁରୁତ୍ୱ ଦେଉଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌
SHARE NOW :

ଯୋଡ଼ା,୨୬.( ଲାଇଭ୍ ଓଡିଶା ନ୍ୟୁଜ୍‌ ): ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଅଭିଯାନ ମାଧ୍ୟମରେ ଯୋଡ଼ାର ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏଲଏମ୍‌ଭି ଚଲାଇବା ବ୍ୟତୀତ ଯୁବବର୍ଗଙ୍କୁ ଭାରି ମୋଟର ଯାନ (ଏଚ୍‌ଏମ୍‌ଭି) ଚଲାଇବାର ପ୍ରଶିକ୍ଷଣ ଦିଆଯାଉଛି ।
ଏହି ପ୍ରଶିକ୍ଷଣ ମାଧ୍ୟମରେ ସକୁନ୍ତଳା ପୃଷ୍ଟି ନିଜ ଗ୍ରାମର ଲୋକମାନଙ୍କ ପାଇଁ ଏକ ପ୍ରେରଣାରେ ପରିଣତ ହୋଇଛନ୍ତି । ସେ ଲଘୁ ମୋଟର ଯାନ (ଏଲ୍‌ଏମ୍‌ଭି) ଚାଳନା ପ୍ରଷିକ୍ଷଣ ନେବା ପରେ ଋଣ ନେଇ ନିଜର ଏକ ଅଟୋରିକ୍ସା କିଣିିି ସନ୍ଧ୍ୟା ସମୟରେ ଗ୍ରାମରୁ ନିଜ ଖାଦ୍ୟ ଭ୍ୟାନ୍ ଚଲାଇ ଜଳଖିଆ ସାମଗ୍ରୀ ବିକ୍ରି ଆରମ୍ଭ କରି ନିଜ ପରିବାର ଚଳାଇବା ଲାଗି ଯଥେଷ୍ଟ ଆୟ କରୁଛନ୍ତି ।

ସେହିପରି ଟଟା ଷ୍ଟିଲ୍‌ର ସାହି ଏକ୍ସପୋର୍ଟସ୍ ସହଯୋଗରେ ମହିଳାମାନଙ୍କୁ ପୋଷାକ କ୍ଷେତ୍ର ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇ ସଶକ୍ତ କରାଯାଉଛି । ଉଲି ହୁଟିଂରେ ରହୁଥିବା ୨୧ ବର୍ଷୀୟ ଭାରତୀ ମୁଣ୍ଡା ଭୁବନେଶ୍ୱରରୁ ସିଲାଇରେ ପ୍ରଶିକ୍ଷଣ ହାସଲ କରିବାପରେ ବେଙ୍ଗାଲୁରୁରେ ଚାକିରି କରି ନିଜ ପରିବାର ଚଲାଇବାରେ ବାପାଙ୍କୁ ସାହାଯ୍ୟ କରୁଛନ୍ତି
ଟାଟା ଷ୍ଟିଲ୍ ପକ୍ଷରୁ ଏନ୍‌ଆଇଆଇଟି ଫାଉଣ୍ଡେସନ୍ ସହ ମଧ୍ୟ ସହଯୋଗିତା ସ୍ଥାପନ କରାଯାଇଛି ଯାହା ଛାତ୍ରଛାତ୍ରୀମାନଙ୍କ ପ୍ରୟୋଗାତ୍ମକ କୌଶଳରେ ଉନ୍ନତି ଆଣିବା ଲାଗି ମୁଖ୍ୟତଃ ମୌଳିକ କମ୍ପ୍ୟୁଟର ଶିକ୍ଷା ପାଠ୍ୟକ୍ରମ ଏବଂ ଇଂରାଜି ଭାଷା କହିବା (ସ୍ପୋକେନ୍ ଇଂଲିଶ) ଉପରେ ଗୁରୁତ୍ୱ ଦେଉଛି ।

ଜାତିବାଦ ବୈଷମ୍ୟ, ମାଧ୍ୟମିକ ଶିକ୍ଷା ଓ ସୁଲଭତାର ଅଭାବ, ସାମାଜିକ ପ୍ରତିବନ୍ଧକକୁ ଦୂର କରିବା ଲାଗି ଅଭିଭାବକଙ୍କ ଠାରୁ କମ୍ ସହାୟତା, କୌଣସି ନମନୀୟତା ଶିକ୍ଷା କିମ୍ବା ଡିଜିଟାଲ୍ ଶିକ୍ଷା ସୁଯୋଗର ଅଭାବ ଏବଂ ପ୍ରାୟ ସମସ୍ତଙ୍କ ଆତ୍ମ ବିଶ୍ୱାସ କମ୍ ରହିବା ଭଳି ସମସ୍ୟା ଯୁବବର୍ଗ ସାମ୍ନା କରୁଥିବାରୁ ସେମାନଙ୍କୁ କୌଶଳ ପ୍ରଦାନ କରିବା ରେ ବେଶ୍ ସାହାର୍ଯ୍ୟ କରୁଛି ଟାଟା ଷ୍ଟିଲ୍ । ଏହି ଅଭିଯାନରେ ବିଗତ ପାଂଚ ବର୍ଷରେ ଯୋଡ଼ାର ୫୦୦ରୁ ଅଧିକ ପିଲାଙ୍କୁ ବିଭିନ୍ନ କ୍ଷେତ୍ର ଉପରେ ପ୍ରଶିକ୍ଷଣ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Related Posts