FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଟାଟା ଷ୍ଟିଲ ପକ୍ଷରୁ କେଥ ହାଟିଙ୍ଗରେ ସୁନା ନଦୀ ସେତୁର ଭୂମିପୂଜନ

ଟାଟା ଷ୍ଟିଲ ପକ୍ଷରୁ କେଥ ହାଟିଙ୍ଗରେ ସୁନା ନଦୀ ସେତୁର ଭୂମିପୂଜନ

ଟାଟା ଷ୍ଟିଲ ପକ୍ଷରୁ କେଥ ହାଟିଙ୍ଗରେ ସୁନା ନଦୀ ସେତୁର ଭୂମିପୂଜନ
SHARE NOW :

କେନ୍ଦୁଝର(ଦିଗାମ୍ବର ବେହେରା/ ଲାଇଭ ଓଡିଶା ନ୍ୟୁଜ): ଖଣି ପ୍ରବଣ ଅଂଚଳ ଯୋଡ଼ା ସହରର ହୃଦୟ କୁହାଯାଉଥିବା ଟାଟାଷ୍ଟିଲ କମ୍ପାନୀ ସବୁସମୟରେ ବିଭିନ୍ନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ହାତକୁ ନେଇ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ସେହିଭଳି ଆଉ ଏକ କାର୍ଯ୍ୟ ହାତକୁ ନେଇଥିବା ଜଣାପଡିଛି । କେଥ ହଟିଂ ଓ ନିକଟବର୍ତ୍ତୀ ଗ୍ରାମର ବାସିନ୍ଦାମାନଙ୍କୁ ଉନ୍ନତମାନର ଯୋଗାଯୋଗ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ସୁନା ନଦୀରେ ଏକ ସେତୁର ନିର୍ମାଣ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି ।


ଏହି ସେତୁ ୬୫ ଫୁଟ୍ ଲମ୍ବ ଓ ୧୪ ଫୁଟ୍ ଓସାରର ହୋଇଥିବାରୁ ଏଥିରେ ହାଲୁକା ଯାନ ଯିବା ଆସିବା କରିପାରିବ, ଯାହାକି ପୂର୍ବରୁ ସମ୍ଭବ ହେଉନଥିଲା । ସେତୁର ନିର୍ମାଣ କାର୍ଯ୍ୟ ତୁରନ୍ତ ପ୍ରଭାବରେ ଆରମ୍ଭ ହେବା ସହିତ ଆଗାମୀ କିଛି ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ । ଏହି ସେତୁଟି ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ୩ ତାରିଖ ଦିନ ଟାଟାଷ୍ଟିଲର ଫାଉଣ୍ଡରଙ୍କ ଜନ୍ମଦିନ ଅବସରରେ ଚାଲୁ କରାଯିବ ବୋଲି ଟାଟାଷ୍ଟିଲର ମୁଖ୍ୟ ଅତୁଲ ଭଟନାଗର କହିଥିବା ଜଣାପଡିଛି ।


ଭୂମି ପୂଜନ କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହନ୍ତ ମୁଖ୍ୟ ଅତିଥି ଓ ଚମ୍ପୁଆ ଉପ-ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ସହିତ ଯୋଡ଼ା ବ୍ଲକ୍ ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନ, ଟାଟା ଷ୍ଟିଲ ଓଏମ୍କ୍ୟୁ ବିଭାଗର ମହାପ୍ରବନ୍ଧକ ଅତୁଲ କୁମାର ଭଟ୍ଟନାଗର ଏବଂ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ, କର୍ମଚାରୀ ସଂଘର କର୍ମକର୍ତ୍ତା ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ୍ର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Related Posts