- Home
- »
- Breaking News
- »
- ଶିକ୍ଷୟତ୍ରୀ ମମିତା ମୃତ୍ୟୁ ମାମଲା: ସୁବର୍ଣ୍ଣପୁରରେ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଶିକ୍ଷୟତ୍ରୀ ମମିତା ମୃତ୍ୟୁ ମାମଲା: ସୁବର୍ଣ୍ଣପୁରରେ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

SHARE NOW :
ସୁବର୍ଣ୍ଣପୁର (ଲାଇଭ ଓଡିଶା ନ୍ୟୁଜ); ଆଜି ସୁବର୍ଣ୍ଣପୁର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ସଭାପତି ସୁଧିର ପଣ୍ଡାଙ୍କ ନେତୃତ୍ବରେ ଶତାଧିକ ମହିଳା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି । ଭବାନୀପାଟଣା ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାର ଦୃଢ ପ୍ରତିବାଦ କରିବା ସହିତ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗ କରି ଏହି ଆନ୍ଦୋଳନ କରାଯାଇଛି ।ବିଦ୍ୟାଳୟର ପରିଚାଳକ ଗୋବିନ୍ଦ ସାହୁ ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଆସାମୀ ହୋଇଥିବା ବେଳେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଅଭିଯୁକ୍ତକୁ ମୁକୁଳାଇବାରେ ନିଜ କ୍ଷମତା ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ।ଏପରିକି ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କେଉଁ ଉଦ୍ଦେଶ୍ୟରେ ସନସାଇନ ପବ୍ଳିକ ସ୍କୁଲରେ ରାତ୍ରୀ ଯାପନ କରୁଥିଲେ ଓ ଗୋବିନ୍ଦ ସାହୁଙ୍କ ସହିତ ତାଙ୍କର ଘନିଷ୍ଠତା ଏହି ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତିକୁ ପଦାରେ ପକାଇଥିବା ଅଭିଯୋଗ କରିଛନ୍ତି ।ସେହିପରି ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ କାର୍ୟ୍ୟକଳାପକୁ ସଂଦେହ ଘେରକୁ ଟାଣିଥିବା ଅଭିଯୋଗ କରି ନିରପେକ୍ଷ ତଦନ୍ତ ପାଇଁ ସଂପୃକ୍ତ ବ୍ୟକ୍ତି ବିଶେଷ ନିଜ ନିଜ ପଦ ପଦବୀରୁ ଇସ୍ତାପା ଦେବାକୁ ଦାବୀ କରିଛନ୍ତି ।ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।