FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଏକାଦଶ କୁଣ୍ଡୀୟ ବିଶ୍ଵଶାନ୍ତି ଅମ୍ବା ଯଜ୍ଞ

ଏକାଦଶ କୁଣ୍ଡୀୟ ବିଶ୍ଵଶାନ୍ତି ଅମ୍ବା ଯଜ୍ଞ

ଏକାଦଶ କୁଣ୍ଡୀୟ ବିଶ୍ଵଶାନ୍ତି ଅମ୍ବା ଯଜ୍ଞ
SHARE NOW :

ନୂଆପଡା(ଲାଇଭ ଓଡିଶା ନ୍ୟୁଜ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କରଙ୍ଗାମାଳ ନିକଟ ଯୁବାମାଳ ପଡା ସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିର ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମ ଜୟନ୍ତୀ ଅବସରରେ ଏକାଦଶ କୁଣ୍ଡିୟ ବିଶ୍ଵ ଶାନ୍ତି ଅମ୍ବା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଅମ୍ବା ଯଜ୍ଞରେ ପରମ ଯୋଗୀ ସ୍ବାମୀ ମୁରଲୀ ଧରାନନ୍ଦ ସରସ୍ଵତୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯଜ୍ଞର ଶୁଭ ଉଦ୍ଘାଟନ କରିଥିଲେ । ସମ୍ନାନୀତ ଅତିଥି ଭାବରେ ବିଧାୟକ ପ୍ରାଥୀ ଲମ୍ବୋଦର ନିଆଳ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ।ଏହି ଅବସରରେ ୨୨ ତାରିଖ ସନ୍ଧ୍ୟାରେ ୯୬ କଳସ ଯାତ୍ରା , ସଂକଳ୍ପ ପୂଜା ଓ ୨୩ ତାରିଖରେ ନଗର କୀର୍ତ୍ତନ ,ନାରାୟଣ ସେବା ,ଦେବ ପାଠ ,ହୋମ ଯଜ୍ଞ ଓ ପରେ ସନ୍ଧ୍ୟା ସମୟରେ ୯୬ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମଙ୍ଗଳ ଆଳତି ଓ ପୂର୍ଣ୍ଣାହୁତି ହୋଇଥିଲା ।ଯଜ୍ଞରେ ମୁଖ୍ୟ ପୂଜକ ରୂପରେ ପୁରନ୍ଦର ହୋତା ,ଦୟାନିଧି ଯୋଶୀ , ଶ୍ରୀବତ୍ସ ସୂପକାର ସମେତ ୧୫ ଜଣ ପୂଜକ ବରଣ ହୋଇ ଯଜ୍ଞ କାର‌୍ୟ ତୁଲାଇ ଥିବାବେଳେ ଏକାଦଶ କୁଣ୍ଡୀୟ ବିଶ୍ଵ ଶାନ୍ତି ଆମ୍ବା ଯଜ୍ଞରେ ମୁଖ୍ୟ କର୍ତ୍ତା ଭାବରେ ଚରଣ ସିଂ ଚିନ୍ଦା ଓ ତାଙ୍କ ଧର୍ମପତ୍ନୀ ତୁଲସେ ଛିନ୍ଦା ସହ ୧୧ ଜଣ ପତିପତ୍ନୀ କର୍ତ୍ତା ରୂପେ ବ୍ରତୀ ହୋଇଥିଲେ । ଏହି ଅବସରରେ ରୁଦ୍ରାଭିସେକ ର କର୍ତ୍ତା ଭାବରେ ଦିଲ୍ଲୀପ କୁମାର ପଣ୍ଡା ଙ୍କ ସହିତ ତାଙ୍କ ପତ୍ନୀ ରଶ୍ମିରେଖା ପଣ୍ଡା ରହିଥିଲେ ।ଦିଲ୍ଲୀପ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର‌୍ୟ୍ୟକ୍ରମରେ ଅର୍ଜୁନ ଚିଂଦା ,ଭଗବାନ ବାଗ, ଦେବାର୍ଚନ ଚିନ୍ଦା ,ଆଦମ୍ ଚିନ୍ଦା ,ଲବ ମାଝୀ, କମଲ ସିଂ ଚିନ୍ଦା ,ହେରମ୍ବ ଚିନ୍ଦା ସମେତ ଯୁବାମାଳପଡାର ସମସ୍ତେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

Related Posts