FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ନୂଆପଡାରେ ୫୪ତମ ମାଁ ଖଜୁର ଗଛିଆଣି ଫୁଟବଲ ଚାମ୍ପିୟାନସିପ୍ ଉଦ୍‌ଯାପିତ

ନୂଆପଡାରେ ୫୪ତମ ମାଁ ଖଜୁର ଗଛିଆଣି ଫୁଟବଲ ଚାମ୍ପିୟାନସିପ୍ ଉଦ୍‌ଯାପିତ

ନୂଆପଡାରେ  ୫୪ତମ ମାଁ  ଖଜୁର ଗଛିଆଣି  ଫୁଟବଲ ଚାମ୍ପିୟାନସିପ୍ ଉଦ୍‌ଯାପିତ
SHARE NOW :

ନୂଆପଡା(ଲାଇଭ ଓଡିଶା ନ୍ୟୁଜ): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ମିନି ଷ୍ଟାଡିୟମ ଠାରେ ୫୪ତମ ମାଁ ଖଜୁର ଗଛିଆଣି ଫୁଟବଲ ଚମ୍ପିୟାନସିପ ଫୁଟବଲ ଆସୋସିଏସନ କରଙ୍ଗାମାଲ ଦ୍ୱାରା ଉଦଯାପିତ ହେ।ଇ ଯାଇଛି । ଉକ୍ତ ତୁର୍ଣ୍ଣ।ମେଣ୍ଟ ର ଉଦଯାପିତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଖରିଆର ବିଧାୟକ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ,ସମ୍ମାନିତ ଅତିଥି ରୂପେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଲମ୍ବୋଦର ନିଆଲ , ଅବସର ପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବୈଦ୍ୟନାଥ ପଣ୍ଡା , ଶ୍ରୀଯୁକ୍ତ ରାଧାକାନ୍ତ ଯୋଶୀ, ଶ୍ରୀଯୁକ୍ତ ସନତ କୁମାର ପଣ୍ଡା ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପଣ୍ଡା ,ଶ୍ରୀଯୁକ୍ତ ଚୈତ୍ୟନ ପ୍ରସାଦ ମାଝୀ, ଶ୍ରୀଯୁକ୍ତ କୁଳମଣି ପଣ୍ଡା ,ଶ୍ରୀଯୁକ୍ତ ସୁଧୀର କୁମାର ପଣ୍ଡା ,ଶ୍ରୀଯୁକ୍ତ ଅମର ସିଂହ ବାଗ,ମନୋଜ କୁମାର ପଣ୍ଡା ,ପ୍ରଦୀପ କୁମାର ପଣ୍ଡା,ପ୍ରଦୀପ କୁମାର ମାଝୀ ,ଜନାର୍ଦନ ପଣ୍ଡା ,ଶୁଭେନ୍ଦୁ ପଣ୍ଡା , ,ପିତାମ୍ବର ମାଝୀ , ଶ୍ରୀ ଯୁକ୍ତ ରାଜେନ୍ଦ୍ର ପଣ୍ଡା ବୋଡେ଼ନ ବ୍ଲକ ସାମ୍ବାଦିକ ଆସୋସିଏସନ ର ସଭାପତି ଶ୍ରୀଯୁକ୍ତ ବିଶିକେସନ ପଣ୍ଡା ଓ ବୋଡେ଼ନ ବ୍ଲକ ର ପ୍ରାୟ ସମସ୍ତ ସାମ୍ବାଦିକ ବନ୍ଧୁ ଓ ମୁଖ୍ୟ ବକ୍ତା ରୂପେ ଶ୍ରୀ ଯୁକ୍ତ ଦେବରାଜ ମାଝି ଉତ୍ସବ ରେ ମଞ୍ଚାସିନ ହେଇଥିଲେ । ଏହି ଟୁର୍ଣ୍ଣ।ମେଣ୍ଟ ରେ ସମୁଦାୟ ୧୬ ଗୋଟି ଦଳ ଭାଗ ନେଇଥିଲେ । ଶେଷ ରେ ଫାଇନାଲ ମ୍ୟାଚ ବରଗାଁ ବନାମ ଭୋଜପୁର ଦଳ ମଧ୍ୟ ରେ ଅନୁଷ୍ଠିତ ହେଇଥିଲା ଏହି ମ୍ୟାଚ ଟି କୁ ବରଗାଁ ଦଳ ୪-୨ ଗୋଲ ରେ ଜିତି ଚାମ୍ପିଅନ ହେଇଥିଲା । ଉକ୍ତ ମ୍ୟାଚ ରେ ବରଗାଁ ଦଳ ର ଶ୍ରୀ ଜଳେଶ୍ବର ସରଫ ଶ୍ରେଷ୍ଠ ଖେଳାଳି , ବେଷ୍ଟ ଡିଫେଣ୍ଡର ରୂପେ ଶ୍ରୀ ଇନ୍ଦ୍ର ବାଗ ବରଗାଁ ପାଇଥିଲା ବେଳେ ବେଷ୍ଟ ଗୋଲ କିପର ଭୋଜପୁର ଦଳର ଖେଳାଳି ଙ୍କୁ ମିଳିଥିଲା । ମ୍ୟାଚ ଟିକୁ ଖେଳ ପରିଚାଳକ ଦେବାଶିଷ ଯୋଶୀ , ଡୋଲାମଣି ବଛା ଓ ଲାଇନ୍ସମ୍ୟାନ ରୂପେ ଚନ୍ଦ୍ର ମାଝି , ରିକୁ ମାଝୀ ସ୍କୋର ବୋର୍ଡ ଦାୟିତ୍ୱ ରେ ନରେଶ କୁମାର ମାଝି ପ୍ରମୁଖ ଖେଳ ପରିଚାଳନାରେ ସାହାଯ୍ୟ କରିଥିଲେ । ମ୍ୟାଚ ର ଧାରା ବିବରଣୀ ଶ୍ରୀ ମନୋଜ ଖମାରି,ବ୍ରଜ ସୁନ୍ଦର ମାଝୀ,ପ୍ରମୁଖ ଶୁଣାଇ ଥିଲେ । ଶେଷ ରେ ଚମ୍ପିୟନ ଦଳ କୁ ନଗଦ ଟଙ୍କା ସହିତ ଟ୍ରଫି ଓ ରନର୍ସ ଅଫ ଦଳକୁ ନଗଦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ଟୁର୍ଣ୍ଣ।ମେଣ୍ଟ ରେ ହଜାର ହଜାର ଲୋକ ରୁଣ୍ଡ ହୋଇ ଖେଳ ର ମଜା ନେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts