ସୁବର୍ଣ୍ଣପୁର ଜିଲ୍ଲାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରତିଭା ସଙ୍ଗମ

SHARE NOW :
ସୁବର୍ଣ୍ଣପୁର (ଲାଇଭ ଓଡିଶା ନ୍ୟୁଜ):ସୁବର୍ଣ୍ଣପୁର ଜିଲ୍ଲାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆସନ୍ତା ୧୭ ଡିସେମ୍ବରରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଆୟୋଜିତ ହେବ।ଆଜି ଏଥିପାଇଁ ଜିଲ୍ଲା ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ପ୍ରକାରର ଲୋକ ନୃତ୍ୟ ,ଲୋକ ଗୀତ ,ଲୋକ କଳା ଆଦିର ପ୍ରଦର୍ଶନ କରିଥିଲେ।ତେବେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ପାଇଁ ଆୟୋଜକ ମଣ୍ଡଳୀ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।ହଜ଼ାର ହଜ଼ାର ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟପେୟ ,ବିଶ୍ରାମ କକ୍ଷ ଆଦିର ବ୍ୟବସ୍ଥା କରାଯାଉଛି।ତେବେ ଆଜି ଜିଲ୍ଲା ସ୍ତରୀୟ ପ୍ରତିଭା ଚୟନ ପାଇଁ ସହରର ପଟାଭାଡ଼ିର ଏକ ଘରୋଇ ବିଦ୍ୟାଳୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।ଯେଉଁ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବେଶ ଉତ୍ସାହର ସହିତ ନିଜ ନିଜର କଳା ପ୍ରଦର୍ଶନ କରିଛନ୍ତି।