FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଅଙ୍ଗନବାଡି ଗୃହ ପରିସର ଶୋଚନୀୟ, ଯାତାୟାତ ପାଇଁ ନାହିଁ ରାସ୍ତା

ଅଙ୍ଗନବାଡି ଗୃହ ପରିସର ଶୋଚନୀୟ, ଯାତାୟାତ ପାଇଁ ନାହିଁ ରାସ୍ତା

ଅଙ୍ଗନବାଡି ଗୃହ ପରିସର ଶୋଚନୀୟ, ଯାତାୟାତ ପାଇଁ ନାହିଁ ରାସ୍ତା
SHARE NOW :

ନୂଆପଡା(ଚନ୍ଦ୍ର ପଟେଲ/ ଲାଇଭ ଓଡିଶା ନ୍ୟୁଜ) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ କାମପୁର ଗ୍ରାମ କନକପଡା ଅଙ୍ଗନବାଡି ଗୃହ ପରିସର ଶୋଚନୀୟ ଅବସ୍ଥା ରହିଥିବା ବେଳେ ଯାତାୟାତ ପାଇଁ ରାସ୍ତା ଟିଏ ନଥିବା ପଡା ବାସୀ ଅଭିଯୋଗ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଆଜିକୁ ଦିର୍ଘଦିନ ହେଲା କାମପୁର ଗ୍ରାମ କନକପଡା ଅଙ୍ଗନବାଡି ଗୃହ ପରିସରରେ ଖାଲଖମା ହୋଇ ରହିଥିବା ବେଳେ ଗୃହକୁ ଯାତାୟାତ କରିବାକୁ ପକ୍କା ରାସ୍ତା ଟିଏ ନାହିଁ। ଉକ୍ତ ଅଙ୍ଗନବାଡି ଗୃହ ଆଜି କୁ ୧୦ ବର୍ଷ ହେବ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ଗୃହ ଛାତରୁ ପାଣି ଝରୁଛି। ତାର ରକ୍ଷଣାବେକ୍ଷଣ ପାଇଁ ବାରମ୍ବାର ପ୍ରଶାସନ କୁ ଜଣାଇବା ସତ୍ୱେ କୌଣସି ପଦକ୍ଷେପ ନେଉନଥିବା ପଡା ବାସୀ ପ୍ରକାଶ କରୁଛନ୍ତି।


ଯଦି ଆଗାମୀ ଦିନରେ ଏହାର ସମାଧାନ ନକରାଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦୁର୍ଯୋଧନ ମହାନନ୍ଦ, ଜୟଦେବ ସାଗର, ବିବେକାନନ୍ଦ ତାଣ୍ତି, କୁମରମଣି ମହାନନ୍ଦ, ସୁସାନ୍ତ ସାଗର, ଚତୁର ସାଗର, ସମେତ ପଡାର ଅନେକ ଲୋକ ଚେତାବନୀ ଦେଇଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେବକୁ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *

Related Posts