- Home
- »
- Breaking News
- »
- ମୁଣ୍ଡଳିରେ ପ୍ରାଣ ହରାଇଥିବା ଦନ୍ତା ହାତୀର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
ମୁଣ୍ଡଳିରେ ପ୍ରାଣ ହରାଇଥିବା ଦନ୍ତା ହାତୀର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆସିଲା ମୁଣ୍ଡଳି ଦନ୍ତା ହାତୀ ମୃତ୍ୟୁ ଘଟଣାର ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ । କାର୍ଡିଆକ୍ ସକ୍ ବା ହୃଦଘାତ କାରଣରୁ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି । ଭୁବନେଶ୍ଵରର ଓୟୁଏଟି ପାଥୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସୁଶେନ ପଣ୍ଡା ଏନେଇ ସୂଚନା ଦେଇଛନ୍ତି। ଡାକ୍ତରଙ୍କ କହିବାନୁସାରେ “ମୁଣ୍ଡଳି ବ୍ୟାରେଜ୍ ତଳେ ଦୀର୍ଘ ସମୟ ପାଣିରେ ରହିବା ଯୋଗୁଁ ଦନ୍ତା ହାତୀକୁ କାର୍ଡିଆକ୍ ସକ୍ ହୋଇଥିଲା। ପାଣିରେ ବୁଡ଼ି ହାତୀର ମୃତ୍ୟୁ ହୋଇନି। ମୃତ୍ୟୁ ପରେ ହାତୀଟି ପାଣିରେ ବୁଡ଼ିଯାଇଥିଲା”, ଗତ ସେପ୍ଟେମ୍ବର ୨୪ରେ ମହାନଦୀର ମୁଣ୍ଡଳୀ ବ୍ୟାରେଜ ତଳେ ହାତୀଟି ଫସିରହିଥିବା ବେଳେ ଅନେକ ସମୟ ପର୍ଯ୍ୟନ୍ତ ହାତୀଟିକୁ ଉଦ୍ଧାର କରାଯାଇପାରିନଥିଲା । ସେହି ସମୟରେ ହାତୀଟିକୁ ଉଦ୍ଧାର କରିବାକୁ ଯାଇ ଦୁଇଜଣ ପ୍ରାଣ ମଧ୍ୟ ହରାଇଥିଲେ । ପ୍ରଖର ପାଣି ସୁଅରେ ହାତୀଟି ଭାସି ଯାଇଥିଲା। ଘଟଣାର ଦୁଇ ଦିନ ପରେ ଅର୍ଥାତ୍ ୨୬ ତାରିଖରେ ଦନ୍ତାର ମୃତଦେହ ଯୋବ୍ରା ଆନିକଟ ନିକଟରେ ଠାବ କରାଯାଇଥିଲା। ଏହାପରେ ୨୮ରେ ହାତୀର ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା। ଏଥିରୁ ଜଣା ପଡ଼ିଥିଲା ଯେ ବ୍ୟବଚ୍ଛେଦର ୩ ଦିନ ଅର୍ଥାତ ୭୨ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଛି ଏବଂ ମୃତ୍ୟୁର କାରଣ ହୃଦ୍ଘାତ। ଏନେଇ ସାଲେପୁର ବ୍ଲକ୍ ପଶୁସମ୍ପଦ ଅଧିକାରୀ ଦୀପକ ସେନାପତି ବନବିଭାଗକୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି।