ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଜୁଲାଇରେ ଦେବେ ମାଟ୍ରିକ୍ ପରୀକ୍ଷା

SHARE NOW :
ଭୁବନେଶ୍ୱର (ଲାଇଭ୍ଓଡ଼ିଶା ନ୍ୟୁଜ୍): ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି । ଜୁଲାଇ ୫ ତାରିଖରୁ ଅଫ୍ଲାଇନ୍ ପରୀକ୍ଷା ନେଇ ଫର୍ମ ଫିଲଅପ୍ ଆରମ୍ଭ ହେବ । ୧୦ ଦିନ ଭିତରେ ଫର୍ମ ଫିଲଅପ୍ ଶେଷ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ପରୀକ୍ଷାର ୧୫ ଦିନ ମଧ୍ୟରେ ହିଁ ରେଜଲ୍ଟ ବାହାରିବ । ସେହି ରେଜଲ୍ଟକୁ ନେଇ ଯୁକ୍ତ ୨ରେ ନାମ ଲେଖାଇ ପାରିବେ । ଯେଉଁମାନେ ଅଫଲାଇନ୍ ପରୀକ୍ଷା ଦେବେ ସେହି ମାର୍କ ହିଁ ଫାଇନାଲ ହେବ। ଜୁଲାଇରେ ପରୀକ୍ଷା କରି ଶୀଘ୍ର ରେଜେଲ୍ଟ ପକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ +୨ ନାମଲେଖା ସମସ୍ୟା ହେବନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।