FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବିଜୁ ଛାତ୍ର ଜନତା ଦଳ ପକ୍ଷରୁ “ସାମାଜିକ କାର୍ଯ୍ୟକ୍ରମ” ଆୟୋଜିତ

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ “ସାମାଜିକ କାର୍ଯ୍ୟକ୍ରମ” ଆୟୋଜିତ

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ “ସାମାଜିକ କାର୍ଯ୍ୟକ୍ରମ” ଆୟୋଜିତ
SHARE NOW :

ଭୁବନେଶ୍ୱର (ଲାଇଭ ଓଡିଶା ନ୍ୟୁଜ /ଦିଲ୍ଲୀପ କୁମାର ସାହୁ): ରାଜ୍ୟର ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛତା ଅଭିଯାନକୁ ତ୍ୱରାନିତ କରିବା ପାଇଁ ଅଣ୍ଟା ଭିଡିଛି ବିଜୁ ଛାତ୍ର ଜନତା ଦଳ । ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁପ୍ରାଣୀତ ହୋଇ ବିଜୁ ଛାତ୍ର ଜନତା ଦଳର ଯୁବପୀଢୀମାନେ ପୁରପଲ୍ଲୀକୁ ସବୁଜ ସୁନ୍ଦର କରିବା ପାଇଁ ଏକ କାଯ୍ୟକ୍ରମ ଆରମ୍ଭ କରିଛନ୍ତି । ଯାହାର ନାଁ ରଖିଛନ୍ତି “ ସାମାଜିକ କାର୍ଯ୍ୟକ୍ରମ” । ଏହି ପରିପ୍ରେକ୍ଷୀରେ ଦଳର ଛାତ୍ର ସଂଗଠନ ରାଜ୍ୟର ବହୁ ଖ୍ୟାତିସଂପନ୍ନ ଶିକ୍ଷାନୁଷ୍ଠାନ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଡ୍ରାଇଭ ସହିତ ଏକ ସଫେଇ ଡ୍ରାଇଭ ଆୟୋଜନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ସମସ୍ତ ସଦସ୍ୟ ତଥା କର୍ମକର୍ତ୍ତା ମାନଙ୍କୁ ସମାଜର ଉନ୍ନତି ଦିଗରେ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରିବାକୁ ଆହ୍ୱାନ ଦେଇଥିଲେ । ଏନେଇ ମୁଖିଆଙ୍କ ନିର୍ଦ୍ଦେଶ ଅନୂଯାୟୀ ବିଜୁ ଛାତ୍ର ଜନତା ଦଳ ତତ୍ପରତା ଦେଖାଇଛନ୍ତି । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ପ୍ରଥମ ଡ୍ରାଇଭ ପର୍ଯ୍ୟାୟରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଅନ୍ୟାନ୍ୟ ଅନୁଷ୍ଠାନର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପାଇଁ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମଟି ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ତତ୍ୱାବଧାନରେ ସଫଳତାର ସହ ଆୟୋଜିତ ହୋଇଛି । ଏବଂ ଏହା ସହିତ ବିଜୁ ଛାତ୍ର ଜନତା ଦଳର ଜୋନ୍ ସଭାପତି ଭଗବାନ ସାହୁ ଓ ଓଡିଶା ଏବଂ ବିଜେବି ଛାତ୍ର ନେତା ଯୋଗେଶ ଜେନା, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଜେନେରାଲ ସେକ୍ରେଟାରୀ ସ୍ମୃତି ରଞ୍ଜନ ପଣ୍ଡା, ଭୁବନେଶ୍ୱର ଜେନେରାଲ ସେକ୍ରେଟାରୀ ଏମ.ଡି କାଶିମ, ଙ୍କ ସମେତ ଅନେକ ଯୁବନେତା ଯୋଗ ଦେଇଛନ୍ତି । ଏବଂ ଏହାସହିତ ଏକାମ୍ର ବିଧାୟକ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କେନ୍ଦ୍ରୀୟ ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଉତ୍ତର ନିର୍ବାଚନ ମଣ୍ଡଳୀ ବିଧାୟକ ସୁଶାନ୍ତ କୁମାର ରାଉତ, ଧର୍ମଶାଳା ବିଧାୟକ ଶ୍ରୀ ବଳବନ୍ତ ରାଉତରାୟ, ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ଓ ଉପସଭାପତି ଅଜିତ ବେହେରା ଓ ଶିବବ୍ରତ ନାୟକ ଆଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts