FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ବିଜୁ ଜନତା ଦଳ

କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ବିଜୁ ଜନତା ଦଳ

କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ବିଜୁ ଜନତା ଦଳ
SHARE NOW :

ମୟୂରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ ): କେନ୍ଦ୍ରର ମୋଦି ସରକାରଙ୍କ ଜନତା ମାରଣ ନୀତି ବିରୁଦ୍ଧରେ ତେତିଲେ ରାଜ୍ୟର ସାଧାରଣ ଜନତା। ପୂର୍ବରୁ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବିଜୁ ଜନତା ଦଳ ସଫଳ ହୋଇଥିବା ବେଳେ କେନ୍ଦ୍ର ସରକାର ପଛ ଘୁଞ୍ଚା ଦେଇ ତେଲ ଦର ହ୍ରାସ କରିଥିଲେ। ବିଗତ ନିର୍ବାଚନରେ କେନ୍ଦ୍ରରେ ଭାଜପା ଆସିଲେ ଭାରତରେ ଆଛା ଦିନ ଆସିବ ବୋଲି ଘୋଷଣା କରିଥିଲେ। ତେବେ ନିର୍ବାଚନ ଜିତିବାର ପ୍ରଥମ ଉପହାର ଦେଇଥିଲେ ମାଗଣାରେ ରନ୍ଧନ ଗ୍ୟାସ। ତିନି ମାସ ମଧ୍ୟରେ ଓଡ଼ିଶାରେ ୮୭ହଜାର ୪୭୨ହିତାଧିକାରୀଙ୍କୁ ମଗଣାରେ ରନ୍ଧନ ଗ୍ୟାସ ପ୍ରଦାନର ଚାରି ମାସ ପରେ ପୂର୍ବରୁ ଥିବା ସବସିଡିକୁ ଉଛେଦ କରି ଆଚ୍ଛା ଦିନର ମୂଳଦୁଆ ପକାଇଥିଲେ। ଏବେ ରନ୍ଧନ ଗ୍ୟାସର ମୂଳ ଦର ଠାରୁ ତିନି ଗୁଣା ଅଧିକ କରି କେନ୍ଦ୍ର ସରକାର ଆଛା ଦିନର ନାରା ଦେଉଥିବା ବେଳେ ବାସ୍ତବରେ ସାଧାରଣ ଖାଉଟି ରନ୍ଧନ ଗ୍ୟାସ ଚୁଲା ଓ ସିଲିଣ୍ଡରକୁ ଘରର ଓଳି କଡ଼ରେ ଟାଙ୍ଗି ବାକୁ ବାଧ୍ୟ ହୋଇ ନଳି ଫୁଙ୍କିବାକୁ ଆରମ୍ଭ କରିଲେଣି। ଲୋକଙ୍କ ସମସ୍ୟାକୁ ନେଇ ଆଜି ରନ୍ଧନ ଗ୍ୟାସ୍ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖ ସହିତ ସମସ୍ତ ବ୍ଲକ ଏବଂ ପୌରାଞ୍ଚଳ କାର‌୍ୟାଳୟ ସମ୍ମୁଖରେ ନିର୍ବାଚନମଣ୍ଡଳୀ ସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରା ଦେଇ ଧାରଣା ଦିଆଯାଇଛି। ମୁଣ୍ଡରେ ଗ୍ୟାସ ଟାଙ୍କି ଧାରଣ କରି, ରାଜରାସ୍ତାରେ ମାଟି ଚୁଲି ଓ ମାଟି ହାଣ୍ଡିରେ କାଠ ଜାଳି ଭାତ ଓ ତରକାରୀ ରାନ୍ଧି ରୋଷେଇ କରି ପ୍ରତିବାଦ କରିଥିଲେ। ତେବେ ଆଗାମୀ ନିର୍ବାଚନରେ କେନ୍ଦ୍ରର ମୋଦି ସରକାରଙ୍କୁ ବରଖାସ୍ତ କରାଯିବ ବୋଲି ବିଜୁ ଜନତା ଦଳର ମହିଳା ମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Related Posts