FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବୋଡେ଼ନ ବ୍ଲକ ସାମ୍ବାଦିକ ସଂଗଠନ ର ରକ୍ତଦାନ ଶିବିର ଅନୁଷ୍ଠିତ

ବୋଡେ଼ନ ବ୍ଲକ ସାମ୍ବାଦିକ ସଂଗଠନ ର ରକ୍ତଦାନ ଶିବିର ଅନୁଷ୍ଠିତ

ବୋଡେ଼ନ ବ୍ଲକ ସାମ୍ବାଦିକ ସଂଗଠନ ର ରକ୍ତଦାନ ଶିବିର ଅନୁଷ୍ଠିତ
SHARE NOW :

ନୂଆପଡ଼ା(ଚନ୍ଦ୍ର ପଟେଲ / ଲାଇଭ ଓଡିଶା ନ୍ୟୁଜ): ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ କରଙ୍ଗାମାଲ ସ୍ଥିତ ଜୁବାମାଲପଡା ର ସତ୍ୟସାଇ ମନ୍ଦିର ପରିଶରରେ ବୋଡେ଼ନ ବ୍ଲକ ସାମ୍ବାଦିକ ସଂଗଠନ ଓ ଆମ ଓଡ଼ିଶା ସମ୍ବାଦ ର ମିଳିତ ଉଦ୍ୟମରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଉକ୍ତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପରିଷଦ ସଦସ୍ୟ ଲମ୍ବୋଦର ନିଆଲ, ସମ୍ନାନିତ ଅତିଥି ହ.ଜ୍ଞ.ଲ.ମ କୋର୍ଟ ମାଜିଷ୍ଟ୍ରେଟ ନରାଜ କୁମାର ସାହୁ ,ବୋଡେ଼ନ ବ୍ଲକ ବିଡିଓ ଶ୍ରୀମାନ ପୁର୍ଣ୍ଣଚନ୍ଦ୍ର ଭୋଇ,ବୋଡେ଼ନ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମାନ ଦିଲୀପ କୁମାର ଲାକ୍ରା,ଓ ବୋଡେ଼ନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ସଭାପତି ଶ୍ରୀମାନ ବିସିକେଶନ ପଣ୍ଡା,ଉପସ୍ଥିତ ରହିଥିଲେ ,ପ୍ରଥମେ ମୁଖ୍ୟଅତିଥି ଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଫିତା କାଟିଲାପରେ କୋର୍ଟ ମାଜିଷ୍ଟ୍ରେଟ ନରାଜ କୁମାର ସାହୁ ଅତିଆନନ୍ଦ ଉଲ୍ଲାସର ସହ ପ୍ରଥମେ ରକ୍ତଦାନ କରିଥିଲେ ଓ ବୋଡେ଼ନ ବ୍ଲକ ସାମ୍ବାଦିକ ସଂଗଠନ ର ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ରକ୍ତଦାନ କରିଥିଲେ । ଏହି କ୍ୟାମ୍ପ ରେ ୩୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା,ଓ ଏହି କ୍ୟାମ୍ପ କୁ ନୂଆପଡ଼ା ଜିଲ୍ଲା ରକ୍ତଭଣ୍ଡାର ର କର୍ମଚାରୀ ମାନେ ସହଯୋଗ କରିଥିଲେ । ଏବଂ ଆଗାମୀ ଦିନରେ ନୂଆପଡ଼ା ଜିଲ୍ଲାର ଜନସାଧାରଣ ରକ୍ତ ଅଭାବରେ କେହି ବି ମୃତ୍ୟୁ ବରଣ ନ କରନ୍ତି ସେଥିପ୍ରତି ବୋଡେ଼ନ ବ୍ଲକ ସାମ୍ବାଦିକ ସଂଗଠନ ଆଗେଇଆସିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts