FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଦୁର୍ଗାଙ୍କ ବିସର୍ଜନ ବେଳେ ଅଘଟଣ, ଲୋକଙ୍କ ଉପରେ ମାଡିଗଲା କାର

ଦୁର୍ଗାଙ୍କ ବିସର୍ଜନ ବେଳେ ଅଘଟଣ, ଲୋକଙ୍କ ଉପରେ ମାଡିଗଲା କାର

ଦୁର୍ଗାଙ୍କ ବିସର୍ଜନ ବେଳେ ଅଘଟଣ, ଲୋକଙ୍କ ଉପରେ ମାଡିଗଲା କାର
SHARE NOW :

ଛତିଶଗଡ(ଲାଇଭ ଓଡିଶା ନ୍ୟୁଜ): ଏମିତି ବି ମୃତ୍ୟୁ ଆସେ…ଉକ୍ତିଟିର ସତ୍ୟତା ଭିଡିଓଟିକୁ ଦେଖିଲେ ନିଶ୍ଚିତ ଭାବରେ ହୃଦୟଙ୍ଗମ ହୋଇଯିବ । ଦଶହରା ଖୁସିର ମାହୋଲ ଆଣିଥିବା ବେଳେ ଭସାଣୀ ଦେଇଦେଲା ଦୁଃଖର ମାହୋଲ । ମାଙ୍କ ଭକ୍ତମାନେ ମାଙ୍କୁ ଦେଉଥିଲେ ମେଲାଣି କିନ୍ତୁ ଭକ୍ତଙ୍କର ହେଇଗଲା ମେଲାଣି । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଛତିଶଗଡର ଜଶପୁର ଜିଲ୍ଲାର ପାଥଲ ଗାଁରେ । ଭକ୍ତମାନେ ମାଙ୍କୁ ବିଦାୟୀ ଦେବା ପାଇଁ ନଦୀକୁ ନେଇ ଯାଉଥିବା ବେଳେ ହଠାତ ଏକ ଦ୍ରୁତଗାମୀ କାର ସେମାନଙ୍କ ଉପରେ ଆସି ମାଡିଯାଇଥିଲା । ଏଥିରେ ୪ଜଚ୍ଚଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଯାଇଛି। କାର୍ ପଛପଟୁ ଲୋକଙ୍କ ଉପରେ କେମିତି ମାଡ଼ି ଯାଉଛି, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓ ଅନୁଯାୟୀ, ଲୋକମାନେ କୀର୍ତ୍ତନ କରି ବିସର୍ଜନ ପାଇଁ ଯାଉଥିଲେ। ଏହି ସମୟରେ ଗୋଟିଏ ଦ୍ରୁତଗାମୀ ନାଲି ରଙ୍ଗର କାର୍ ପଛପଟୁ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। କାର୍ ଧକ୍କାରେ ଅନେକ ଲୋକ ଛିନଛତ୍ର ହୋଇ ତଳେ ପଡ଼ି ଯାଇଥିଲେ। ତଥାପି କାର୍ଟି ଖୁବ ଜୋର୍ରେ ଆଗକୁ ମାଡ଼ି ଯାଇଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ସ୍ଥାନୀୟ ଅଞ୍ଚଳର କିଛି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଦୁର୍ଘଟଣା ଘଟାଇଥିବା କାର୍ର ଡ୍ରାଇଭରଙ୍କୁ ମାଡ଼ ମଧ୍ୟ ମାରିଛନ୍ତି। ସ୍ଥିତିକୁ ଦେଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Related Posts