- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ମନୀଷ ମୃତ୍ୟୁ ମାମଲା , ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ଆଜି ହେବ ଶୁଣାଣୀ
ମନୀଷ ମୃତ୍ୟୁ ମାମଲା , ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ଆଜି ହେବ ଶୁଣାଣୀ

SHARE NOW :
ଭୁବନେଶ୍ୱର(ନୀଳାଚଳ ନ୍ୟୁଜ୍): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ରହସ୍ୟ ଉପରୁ ଗତକାଲି ଭୁବନେଶ୍ୱର କମିଶନରେଟ ପୋଲିସ ପରଦା ହଟାଇବାରେ ସଫଳ ହୋଇଥିଲା । ଏନେଇ ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଏହି ୩ଜଣ ମନୀଷଙ୍କ ସାଙ୍ଗ ଥିବା ଜଣାପଡିଥିଲା । ତେବେ ଗିରଫ ପରେ ଆହୁରି ଅଧିକ ତଥ୍ୟ ପାଇବା ପାଇଁ ତିନି ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ଏଥିପାଇଁ କେତେଦିନର ଅନୁମତି ମିଳିବ ସେ ନେଇ ଆଜି ଭୁବନେଶ୍ୱର ଏସଡିଜିଏମ୍ କୋର୍ଟ ରାୟ ଶୁଣାଇବେ ।
ସୂଚନା ଅନୁସାରେ , ଭୁବନେଶ୍ୱର ପାତ୍ରପଡା ସ୍ଥିତ ସାଉଥସିଟି ହୋଟେଲରେ ବିଲ ପେମେଣ୍ଟକୁ ନେଇ ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ବିବାଦ ହୋଇଥିଲା । ପରେ ସାଙ୍ଗ ମାନଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ ମନୀଷ । ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ମନୀଷଙ୍କ ମୃତ ଶରୀରକ ପାତ୍ରପଡା ସ୍ଥିତ ନମକାନୀ ପୋଖରିରେ ଫୋପାଡିଦେଇଥିଲେ ସାଙ୍ଗମାନେ । ପରେ ପୋଲିସର ଛାନଭିନ ହେତୁ ଏହି ହତ୍ୟା ରହସ୍ୟର ପର୍ଦ୍ଧାଫାସ୍ ହୋଇପାରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ୩୬୪ (କ) ଅପହରଣ କରି ଟଙ୍କା ମାଗିବା, ୩୦୨ ହତ୍ୟା ଓ ୨୦୧ ପ୍ରମାଣ ନଷ୍ଟ କରିବା ଧାରା ଲାଗିଛି ।