FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବିଦ୍ୟୁତ୍ ସର୍ଟସର୍କିଟରୁ ଜଳିଗଲା ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଅଫିସ୍

ବିଦ୍ୟୁତ୍ ସର୍ଟସର୍କିଟରୁ ଜଳିଗଲା ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଅଫିସ୍

ବିଦ୍ୟୁତ୍ ସର୍ଟସର୍କିଟରୁ ଜଳିଗଲା ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଅଫିସ୍
SHARE NOW :

କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡା ସହର ମଧ୍ୟରେ ଷ୍ଟେଟ ବ୍ୟାଙ୍କର ଅପରପାଶ୍ୱର୍ରେ ଥିବା ଏକ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ କାର‌୍ୟ୍ୟାଳୟ ଏବଂ ଘରେ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ସୃଷ୍ଟି ସର୍ଟସର୍କିଟ ହେବା ଫଳରେ ସେଠାରେ ବ୍ୟବହୃତ ହେଉଥିବା ଫ୍ରିଜ, ଟିଭି, କମ୍ପ୍ୟୁଟର, ପ୍ରିଣ୍ଟର ଏହିପରି ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ଭଷ୍ମିଭୂତ ହେବା ସହ ଅନେକ ଦରକାରୀ କାଗଜପତ୍ର ଜଳିଯାଇଥିବା ଜଣାପଡିଛି । ନିରଞ୍ଜନ ସ୍ୱାଇଁ ନାମକ ଘର ମାଲିକଙ୍କ ଠାରୁ ଭଡା ସୂତ୍ରରେ ନେଇ ଅଭିମନ୍ୟୁ ସାହୁ ନାମକ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ତାଙ୍କର କାର‌୍ୟାଳୟ କରି ଦୀର୍ଘ ଦିନରୁ ପରିଚାଳନା କରିଆସୁଥିଲେ । କାର‌୍ୟ୍ୟାଳୟର ପଛପଟେ କର୍ମଚାରୀମାନେ ରହୁଥିବା ବେଳେ କାର‌୍ୟ୍ୟାଳୟ ଏବଂ ଘରର ବିଭିନ୍ନ ଆସବାବପତ୍ର ଜଳିଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିର ପ୍ରକୋପ ଏତେ ପ୍ରଚଣ୍ଡ ଥିଲା ଯେ, କାର‌୍ୟ୍ୟାଳୟ ଭିତରକୁ ପସି ଆସବାବପତ୍ରକୁ ସୁରକ୍ଷା କରିବା କଷ୍ଟକର ହୋଇପଡିଥିଲା । ପରେ ଖବର ପାଇ ବିଲେଇପଦାସ୍ଥିତ ଅଗ୍ନିସମ ବିଭାଗ ଏବଂ ଟାଟା ଷ୍ଟିଲର ଅଗ୍ନିସମ ବିଭାଗ ଗାଡି ଘଟଣା ସ୍ଥଳରେ ପହଞ୍ଚି ଏହି ନିଆଁକୁ ଆୟତ କରିଥିଲା । ସୂଚନାରୁ ଜଣାପଡିଛି ଯେ, ଯୋଡା ସହରରେ ଘନ ଘନ ବିତ୍ୟୁତ୍ କାଟ ସାଙ୍ଗକୁ ହଠାତ୍ ଉଚ୍ଚ ଶକ୍ତି ବିଦ୍ୟୁତ୍ ସରବରାହ ଫଳରେ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

Related Posts