FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ରାଜ୍ୟବାସୀଙ୍କୁ ଚାଉଳ ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କୁ ଚାଉଳ ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କୁ ଚାଉଳ ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ରାଜ୍ୟବାସୀଙ୍କୁ ଆଉ ୮ମାସ ପର୍ଯ୍ୟନ୍ତ ଚାଉଳ ଯୋଗାଇଦେବାକୁ କଲେ ଅନୁରୋଧ । ରାଜ୍ୟରେ କରୋନାର ପ୍ରଭାବ କମିନଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । କରୋନା ମହାମାରୀ ସମୟରେ ୭ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୭ ମାସ ପାଇଁ ଚାଉଳ ଯୋଗାଇ ଦେଇଥିଲେ କେନ୍ଦ୍ର ସରକାର । ଚଳିତବର୍ଷ ମେ’ରୁ ନଭେମ୍ବର ପର‌୍ୟ୍ୟନ୍ତ ଚାଉଳ ଯୋଗାଣକୁ ବୃଦ୍ଧି କରାଯାଇଥିଲା । ଏବେ ତାହା ବନ୍ଦ ହୋଇଯିବ । ହେଲେ କରୋନାର ପ୍ରଭାବ କମିନଥିବାରୁ ଆଉ ୮ ମାସ ଯାଏଁ ଏହି ଯୋଜନାରେ ଗରିବ ହିତାଧିକାରୀଙ୍କୁ ଚାଉଳ ଯୋଗାଣ ପାଇଁ ଅନୁରୋଧ କରିଛନ୍ତି ନବୀନ । ସରକାରଙ୍କ ପାଖରେ ପର‌୍ୟ୍ୟପ୍ତ ଖାଦ୍ୟାନ୍ନ ମହଜୁଦ ଥିବାରୁ ଏଥିନେଇ ବିଚାର କରିବାକୁ କହିଛନ୍ତି ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *

Related Posts