FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ‘ଗଜପତି’ ଏ କିଙ୍ଗ ଓ୍ୱିଥ୍ ଆଉଟ କିଙ୍ଗଡମ୍ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

‘ଗଜପତି’ ଏ କିଙ୍ଗ ଓ୍ୱିଥ୍ ଆଉଟ କିଙ୍ଗଡମ୍ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

‘ଗଜପତି’ ଏ କିଙ୍ଗ ଓ୍ୱିଥ୍ ଆଉଟ କିଙ୍ଗଡମ୍ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ବ୍ୟୁରୋ): ଗଜପତି ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ଅଶୋକ ବଳଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଗଜପତି’ ଏ କିଙ୍ଗ ଓ୍ୱିଥ୍ ଆଉଟ କିଙ୍ଗଡମ୍ (ରାଜ୍ୟ ବିହୀନ ରାଜା) ପୁସ୍ତକର ଉନ୍ମୋଚନ କରିଛନ୍ତି । ଯେଉଁଥିରେ ସୂର‌୍ୟ୍ୟବଂଶୀ ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ ଏବେକାର ଗଜପତିଙ୍କ ଇତିହାସ ସମ୍ପର୍କରେ ବର୍ଣ୍ଣିତ । ଗଙ୍ଗ ବଂଶର ରାଜାଙ୍କ ପରେ ମହାରାଜ କପିଳେନ୍ଦ୍ର ଦେବ ପ୍ରଥମ ମହାରାଜ ଭାବେ ଗଜପତି ଉପାଧିରେ ଭୂଷିତ ହୋଇଥିଲେ । ଏବଂ ତାଙ୍କ ଉତ୍ତରାଧିକାରୀମାନେ ଗଜପତି ଭାବେ ସମ୍ୱୋଧିତ ହେଉଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇଆସୁଛି । ଏହି ପୁସ୍ତକରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ବିବେଚିତ ଗଜପତି ମହାରାଜ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ସହ ସମ୍ପର୍କ ବାବଦରେ ଉଲ୍ଲେଖ ରହିଛି । ଶ୍ରୀ ବଳ ନିଜ ପୁସ୍ତକ ମାଧ୍ୟମରେ ପୂର୍ବ ସୁରୀମାନଙ୍କ ଏହି ଗୌରବମୟ ଗାଥାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛନ୍ତି ।ଏହି ପୁସ୍ତକ ଦ୍ୱାରା ଯୁବପିଢୀ ଇତିହାସର ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ବିଷୟରେ ଜାଣିବାକୁ ପାଇବେ ବୋଲି ଶ୍ରୀଯୁକ୍ତ ବଳ କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts