FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ୫ଜିଲ୍ଲାର ୧୩୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

୫ଜିଲ୍ଲାର ୧୩୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

୫ଜିଲ୍ଲାର ୧୩୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ
SHARE NOW :

ଭୁବନେଶ୍ୱର( ଲାଇଭ ଓଡିଶା ନ୍ୟୁଜ): ୫ଟି ଜିଲ୍ଳାର ୧୩୦ଟି ସ୍ମାର୍ଟ ସ୍କୁଲର ହେବ ଲୋକାର୍ପିତ । ଏହାକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପିଲାଙ୍କ ଭବିଷ୍ୟତ ସହିତ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ୫-ଟି ଅଧୀନରେ ଜିଲ୍ଲାର ସମସ୍ତ ସ୍କୁଲର ରୂପାନ୍ତରଣ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସରକାରୀ ହାଇସ୍କୁଲର ନକ୍ସା ପରିବର୍ତ୍ତନ କରାଯାଉଛି । ଯାହା ଆଗାମୀ ପୀଢୀ ମାନଙ୍କୁ ଉଜ୍ଜଳ ଭବିଷ୍ୟତ ଗଢି ଉଠିବ । ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ଆଉ ୧୩୦ଟି ହାଇସ୍କୁଲକୁ ଲୋକାର୍ପଣ କରିବେ । ଏଥିରେ ନୂଆପଡ଼ାର ୭ଟି ହାଇସ୍କୁଲ ଥିବାବେଳେ, ସମ୍ବଲପୁରର ୨୫ଟି, ଗଞ୍ଜାମର ୮୩ଟି, ରାୟଗଡ଼ାର ୭ଟି ଏବଂ ନୟାଗଡ଼ର ୮ଟି ହାଇସ୍କୁଲ ରହିଛି। ସୂଚନାଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୨୪ ସୁଦ୍ଧା ପ୍ରଥମ ପର‌୍ୟ୍ୟାୟ ରୂପାନ୍ତରଣ କାର‌୍ୟ୍ୟକ୍ରମରେ ୧୦୭୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ । ଏଯାବତ୍ ୪୦୧ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରି ସାରିଥିବା ବେଳେ ବଳକା ୬୭୪ଟି ହାଇସ୍କୁଲ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ ବୋଲି ଜଣାପଡ଼ିଛି। ରୂପାନ୍ତରିତ ହୋଇସାରିଥିବା ସମସ୍ତ ବିଦ୍ୟାଳୟରେ ସହରାଞ୍ଚଳର ଘରୋଇ ବିଦ୍ୟାଳୟ ପରି ସମସ୍ତ ଅତ୍ୟାଧୁନିକ ସୁବିଧା, ସୁଯୋଗ ରହିଛି।

Leave a Reply

Your email address will not be published. Required fields are marked *

Related Posts