FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଶିଶୁଦିବସ ଉପଲକ୍ଷେ ୧୩୮ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଶିଶୁଦିବସ ଉପଲକ୍ଷେ ୧୩୮ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଶିଶୁଦିବସ ଉପଲକ୍ଷେ ୧୩୮ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ); ରାଜ୍ୟରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଗୁରୁତ୍ୱ ଦିଆଯାଉଛି । ଏନେଇ ସମସ୍ତ ପିଲା ମାନଙ୍କ ଭିତରେ ଥିବା ପ୍ରତିଭାକୁ ସଫଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ବଦଳୁଛି ପିଲାଙ୍କ ବିଦ୍ୟାଳୟର ଭିତ୍ତିଭୂମି । ନୂଆ ରୂପରେ ନୂଆ ରଙ୍ଗରେ ସରକାର ପିଲାମାନଙ୍କୁ ଦେଉଛନ୍ତି ସେମାନଙ୍କର ବିଦ୍ୟାପୀଠ । ରାଜ୍ୟରେ ୫-ଟି କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାରେ ୧୦୭୫ଟି ବିଦ୍ୟାଳୟର ରୂପାନ୍ତର କାର୍ଯ୍ୟ ଚାଲିଛି । ତେବେ ସବୁ ବିଦ୍ୟାଳୟ କାର୍ଯ୍ୟ ସରିଆସୁଥିବା ବେଳେ ଅଜି ୪ଟି ଜିଲ୍ଲାରେ ୧୩୮ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିର ପିଲା ଆମ ଦେଶର ଭବିଷ୍ୟତ ହୋଇଥିବା ବେଳେ ସ୍କୁଲ ସମୟ ଏମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ । ଏହିଠାରେ ଏମାନଙ୍କ ଭବିଷ୍ୟତ ଗଢାହୋଇଥାଏ । ତେବେ ଆଜି ଶିଶୁଦିବସ ଥିବା ବେଳେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ନୂତନ ସ୍କୁଲର ଭେଟି ଦେଇଛନ୍ତି । । ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ହେଲା, ବୌଦ୍ଧ ଜିଲ୍ଲା ୧୦ ହାଇସ୍କୁଲ, ସୋନପୁରର ୧୧ ହାଇସ୍କୁଲ, ଭଦ୍ରକର ୧୭ ହାଇସ୍କୁଲ ଓ କେନ୍ଦୁଝରର ୧୦୦ ହାଇସ୍କୁଲ ରହିଛି । ଭିସି ଯୋଗେ ବିଦ୍ୟାଳୟ ଗୁଡିକ ଲୋକାର୍ପଣ ହେବାକୁ ଥିବା ବେଳେ ଜିଲ୍ଲା ସ୍ତରରେ ଏନେଇ ବିଶେଷ ଆୟୋଜନ କରାଯାଇଛି ।ପ୍ରକାଶ ଥାଉ କି, ଗତ ନଭେମ୍ବର ୧୧ ତାରିଖରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Related Posts