- Home
- »
- Breaking News
- »
- ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ବଣ୍ଟନ କରିବେ ସ୍ମାର୍ଟ ହେଲଥ୍ କାର୍ଡ
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ବଣ୍ଟନ କରିବେ ସ୍ମାର୍ଟ ହେଲଥ୍ କାର୍ଡ

SHARE NOW :
କନ୍ଧମାଳ(ଲାଇଭ ଓଡିଶା ନ୍ୟୁଜ); ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କନ୍ଧମାଳ ବାସୀଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟିବା ସହିତ ପ୍ରାୟ ୩୦୦କୋଟି ପ୍ରକଲ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ୟ୍ୟକ୍ରମକୁ ତଦାରଖ କରିବା ପାଇଁ ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କନ୍ଧମାଳରେ ଅଛନ୍ତି। ପୂର୍ବାହ୍ନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହେଲିକପ୍ଟର ଯୋଗେ ପହଞ୍ଚିବେ ଏବଂ ୧୧ ଟା ୩୦ ମିନିଟରୁ ୧୨ ଟା ୨୫ ମିନିଟ ଭିତରେ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ଓ ସମସ୍ତ ଉଦଘାଟନ କାର୍ୟ୍ୟକ୍ରମ ଶେଷ ହେବାପରେ ଫେରିଯିବେ ମୁଖ୍ୟମନ୍ତ୍ରୀ। କନ୍ଧମାଳ ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ଈଝକଣ କାର୍ଡ ବଣ୍ଟନ କରାଯିବ। ସେହିପରି ମନ୍ତ୍ରୀ ବିକ୍ରମ ଆରୁଖ ସମତେ ୮ ଜଣ ମନ୍ତ୍ରୀ ଆସିବାର କାର୍ୟ୍ୟକ୍ରମ ରହିଛି। ଏପଟେ ସୁରକ୍ଷା ଦୃଷ୍ଟିରୁ ପୁଲିସ ବିଭାଗ ପକ୍ଷରୁ ପ୍ରାୟ ୧୩ ପ୍ଲାଟୁନ ପୁଲିସ ଫୋର୍ସ ସମେତ ଡିଏସପି, ପୁଲିସ ଇନ୍ସପେକ୍ଟର, ସବ ଇନ୍ସପେକ୍ଟର, ଏଏସଆଇ ମୁତୟନ ହୋଇଥିବା ବେଳେ ଝଙଏ ଟିମ, ଊଠୠ, ଉଜଚୠ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି ।