- Home
- »
- Breaking News
- »
- ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ ଘଟଣା, ପ୍ରଣବ ରଖିଲେ ପ୍ରତିକ୍ରିୟା
ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ ଘଟଣା, ପ୍ରଣବ ରଖିଲେ ପ୍ରତିକ୍ରିୟା

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ବିଜେଡି ବିଜେପିକୁ ପଢାଇଲା ଜଗନ୍ନାଥ ସଂସ୍କୃତିର ପାଠ । ନିଜ ଦଳ ଦ୍ୱାରା ହୋଇଥିବା ଭୁଲକୁ ସୁଧାରିବାକୁ କଲା ଅନୁରୋଧ । ଅଜାଣତ ବା ଜାଣତରେ କରିଥିବା ଭୁଲ ଉପରେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀକୁ ଦଣ୍ଡ ଦେବାକୁ ବିଜେପିର ବରିଷ୍ଠ ନେତା ଧମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କଲେ ବିଜେଡିର ସାଙ୍ଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଶ୍ରୀମନ୍ଦିର ପରିକ୍ରମା ପ୍ରକଲ୍ପ ଲାଗି ଶିଳାନ୍ୟାସ ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ ଘଟଣାକୁ ବିଜେଡି ତୀବ୍ର ନିନ୍ଦା କରିଛି । ଜଗନ୍ନାଥ ସଂସ୍କୃତି ଓଡିଆ ଜାତିର ପରିଚୟ ହୋଇଥିବା ବେଳେ ଏଭଳି ଘଟଣା କୋଉଠି ନା କୋଉଠି ଓଡିଆ ଜାତି ଓ କୋଟି କୋଟି ଓଡିଆଙ୍କୁ ମର୍ମାହାତ କରିଛି । ମହାପ୍ରଭୁଙ୍କ ସେବାରେ ରାଜନୀତି କରିବା ଉଚିତ ନୁହେଁ ବୋଲି ପ୍ରଣବ ଦାସ ପରୋକ୍ଷ ଭାବେ କହିଛନ୍ତି । ଏନେଇ ବିଜେଡି ପକ୍ଷରୁ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଟ୍ୱିଟ୍ ଯୋଗେ ଧର୍ମେନ୍ଦ୍ରଙ୍କୁ ସରୁ ସମାଲୋଚନା କରିଛନ୍ତି । ସେ ପୁଣି ଥରେ ଭାଇ-ଭାଇ କହି, ସିଧା ସଳଖ କହିଛନ୍ତି ଆପଣ ଜଣେ ବରିଷ୍ଠ ନେତା । ଆଣ୍ଡାମାଡ଼ରେ ସାମିଲ ଆପଣଙ୍କ ଦଳର ନେତାଙ୍କୁ ଭୁଲ ମାଗିବା ପାଇଁ ପରାମର୍ଶ ଦିଅନ୍ତୁ । ଖାଲି ସେତିକି ନୁହେଁ, ‘ଭାଇ, ଆପଣ ବିଜେପିର ଜଣେ ବରିଷ୍ଠ ନେତା । ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃନ୍ୟ କାର୍ୟ୍ୟକୁ ନିନ୍ଦା କରିବା ସହ ସେହି ଭୂଲ କରିଥିବା, ବିଜେପି ଲୋକଙ୍କୁ ଓଡିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦେଶ ଦିଅନ୍ତୁ । ଭାଇ, ଆପଣଙ୍କ ଦଳ ବିଜେପି ସବୁବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି । ଜଗନ୍ନାଥ ସଂସ୍କୃତି ହେଉଛି ଓଡିଆ ଜାତିର ପରିଚୟ । ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି ବବି ଦାସ ଟ୍ୱିଟ୍ କରିଛନ୍ତି । ସେ ଆହୁରି କହିଛନ୍ତି, ‘ଆପଣ ଜାଣିଛନ୍ତି ଏବଂ ସାରା ଓଡିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ । କାରଣ ଶରଧାବାଲି ତା ପାଦରେ ଲାଗିଥାଏ । କିନ୍ତୁ ଲଜ୍ଜାର ବିଷୟ ଯେ ଆପଣଙ୍କ ଦଳର ଜଣେ ନେତା ଏହି ଘୃନ୍ୟ କାର୍ୟ୍ୟ ବଡ଼ଦାଣ୍ଡରେ ଅଣ୍ଡାମାଡ଼ (ଆମିଷ) କରିଥିବାର ବାହାବା ନେଉଛନ୍ତି । ପୁରୀ ଗଜପତିଙ୍କ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାଶ ଉତ୍ସବରେ ସମସ୍ତ ଦଳର ନେତା ଏବଂ ଆପଣଙ୍କ ଦଳର ପୁରୀ ବିଧାୟକ ଯୋଗ ଦେଇଥିଲେ । ସେଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେଇଥିଲେ । ଏହି ମହତ କାର୍ୟ୍ୟରେ ଯୋଗଦେଇ ଫେରୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ଦୁର୍ବୃତ ଅଣ୍ଡାମାଡ଼ (ଆମିଷ) କରିଥିଲେ । ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ’ ବୋଲି ବବି ଦାସ ଟ୍ୱିଟ୍ ଯୋଗେ ଧର୍ମେନ୍ଦ୍ରଙ୍କୁ କହିଛନ୍ତି ।