FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପୁଣି ବସ୍ ଭଡା ବଢେଇଲା ବାଣିଜ୍ୟ ଓ ପରିବହନ ବିଭାଗ

ପୁଣି ବସ୍ ଭଡା ବଢେଇଲା ବାଣିଜ୍ୟ ଓ ପରିବହନ ବିଭାଗ

ପୁଣି ବସ୍ ଭଡା ବଢେଇଲା ବାଣିଜ୍ୟ ଓ ପରିବହନ ବିଭାଗ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ପୁଣି ବଢିଲା ବସ୍ ଭଡା । କରୋନା କାଳରେ ମହଙ୍ଗା ମାଡରୁ ମିଳୁନ ମୁକ୍ତି । ଗୋଟେପଟେ ପେଟ୍ରୋଲ ଓ ଡିଜେଲ ଦର ବଢିବାରୁ ଲୋକେ ଚିନ୍ତାଗ୍ରସ୍ତ ହୋଇଯାଇଥିବା ବେଳେ ବସ ଭଡା ଶୁଣି ଲୋକଙ୍କର ଉଡୁଛି ହୋସ । ଗତ ସାଢେ ୩ମାସ ମଧ୍ୟରେ ଡିଜେଲ ଦର ୫ଟଙ୍କା ୯ପଇସା ବଢିଥିବା ବେଳେ ବାଣିଜ୍ୟ ଓ ପରିବହନ ବିଭାଗ ଏଭଳି ନିଷ୍ପତି ନେଇଛି । ଏବେ ବସ ଭଡା ୩ରୁ ୯ପଇସା ବୃଦ୍ଧି ପାଇଛି । ସାଧାରଣ ବସ୍ ଭଡା କିଲୋମିଟର ପିଛା ଏବେ ୮୯ ପଇସା ଥିବା ବେଳେ ଏହା ୩ ପଇସା ବଢି ୯୨ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୩ ପଇସା ବୃଦ୍ଧି ପାଇଛି । ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୯ ପଇସା ଥିବା ବେଳେ ୬ ପଇସା ବଢି ୧ ଟଙ୍କା ୩୫ ପଇସା ହୋଇଛି । ସେହିପରି ଏସି ଡିଲକ୍ସ ଭଡା ୬ ପଇସା ବଢି ୧ ଟଙ୍କା ୬୩ ପଇସା, ସୁପର ଡିଲକ୍ସ ବସ୍ ଭଡ଼ା ୯ ପଇସା ବଢି ୨ ଟଙ୍କା ୫୩ ପଇସାକୁ ବୃଦ୍ଧି ପାଇଛି । ରାଜ୍ୟରେ ୧୩ଟି ପାରାମିଟରକୁ ନେଇ ବସ୍ ଭଡା ନିର୍ଦ୍ଧାରଣ କରାଯାଏ ବୋଲି ରାଜ୍ୟ ପରିବହନ କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Related Posts