FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ରାଜ୍ୟରେ ଆଜିଠାରୁ ଆରମ୍ଭ ହେବ “ମୋ କଲେଜ” ପ୍ରକଳ୍ପର ବଣ୍ଟନ ଅଭିଯାନ

ରାଜ୍ୟରେ ଆଜିଠାରୁ ଆରମ୍ଭ ହେବ “ମୋ କଲେଜ” ପ୍ରକଳ୍ପର ବଣ୍ଟନ ଅଭିଯାନ

ରାଜ୍ୟରେ ଆଜିଠାରୁ ଆରମ୍ଭ ହେବ “ମୋ କଲେଜ” ପ୍ରକଳ୍ପର ବଣ୍ଟନ ଅଭିଯାନ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିସାରିବା ପରେ ସେଥିରେ ଯୋଡି ହୋଇଯାଇଛି ଆଉ ଏକ ପ୍ରକଳ୍ପ । ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ମୋ କଲେଜ ପାଇଁ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡିକର ବଣ୍ଟନ ଅଭିଯାନ । ଲୋକସେବା ସଦନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ଟି ଶିକ୍ଷା ଅନୁଷ୍ଠାନରେ ଏହି ପ୍ରକଳ୍ପର ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

‘ମୋ କଲେଜ’ କାର୍ୟ୍ୟକ୍ରମ ଅଧୀନରେ ପୁରାତନ ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ କିମ୍ବା କୌଣସି ଅନୁଷ୍ଠାନ ସୂତ୍ରରୁ ଦାନ ମିଳୁଛି । ସେମାନଙ୍କଠାରୁ ମିଳିଥିବା ଅର୍ଥ ରାଶିର ଦୁଇ ଗୁଣ ରାଜ୍ୟ ସରକାର ପ୍ରଦାନ କରିବେ । ‘ମୋ କଲେଜ’ ଅଧୀନରେ ଦାତାଙ୍କଠାରୁ ଆସୁଥିବା ଦାନ ବାଧ୍ୟତାମୂଳକ ନୁହେଁ । ଓଡ଼ିଶାର ଉଚ୍ଚଶିକ୍ଷା ଅନୁଷ୍ଠାନର ବିକାଶ ପାଇଁ ସ୍ୱେଚ୍ଛାକୃତ ଭାବେ ଜଣେ ଅର୍ଥ, ସାମଗ୍ରୀ ଆଦି ପ୍ରଦାନ କରିପାରିବେ । ଗୋଟିଏ ଆର୍ଥିକ ବର୍ଷରେ କୌଣସି ଏକ ଅନୁଷ୍ଠାନକୁ ୫୦ଲକ୍ଷ ପ ପର୍ୟ୍ୟନ୍ତ ରାଶି ରାଜ୍ୟ ସରକାର ଦେଇପାରିବେ । ରାଜ୍ୟର ୭୫୧ଟି ଉଚ୍ଚଶିକ୍ଷା ଅନୁଷ୍ଠାନକୁ ନେଇ ‘ମୋ କଲେଜ’ କାର୍ୟ୍ୟକ୍ରମର ପରିଯୋଜନା ହୋଇଛି ।

Leave a Reply

Your email address will not be published. Required fields are marked *

Related Posts