FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଲା ଜିଲ୍ଲା ପ୍ରଶାସନ

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଲା ଜିଲ୍ଲା ପ୍ରଶାସନ

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଲା ଜିଲ୍ଲା ପ୍ରଶାସନ
SHARE NOW :

କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ): ଥଇଥାନ ନକରି ଭାଙ୍ଗିଲେ ଘର । ବେଘର ହୋଇଗଲେ ଅନୁସୂଚିତ ଜନଜାତି । ମୁଖ୍ୟମନ୍ତ୍ରୀଙ୍କ ଶୁଭ ଦେବାର ୨୨ବର୍ଷ ପରେ ଆରମ୍ଭ ହେଲା କାନପୁର ବୃହତ ନଦୀବନ୍ଧ ଯୋଜନାର କାମ । ପୂର୍ବରୁ କାମ ଅଧାପାହାନ୍ତାରେ ଥିବା ବେଳେ ବିସ୍ଥାପିତଙ୍କୁ ଥଇଥାନ ନକରି ତରବରିଆ ଭାବେ କାମ ଆରମ୍ଭ କରିଛନ୍ତି । ତେବେ ମାନ୍ୟବର ଆଇକୋର୍ଟଙ୍କ ନିର୍ଦ୍ଦେଶକୁ ନମାନି ବିସ୍ଥାପିତଙ୍କ ଘର ଭାଙ୍ଗିଦିଆଯାଇଥିବାରୁ ସ୍ତାନୀୟ ବାସିନ୍ଦା ଜାତୀୟ ଅନୁସୂଚିତ ଜନଜାତୀ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗତ ମାସ ତିନ ତାରିଖ ବୁଡ଼ି ଅଞ୍ଚଳରେ ଚାଲିଲା ବୁଲଡୋଜର । ତା ପୂର୍ବରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଜିଲ୍ଲାପାଳ ମଧ୍ୟ ପ୍ରତିଶୃତି ଦେଇଥିଲେ । ହେଲେ ଦାୟିତ୍ଵରେ ଥିବା ଅଧିକାରୀମାନେ କାହାରି ନିର୍ଦ୍ଦେଶକୁ ନ ଶୁଣି ବର୍ଷାରେ ମାଟି ରେ ମିଶାଇ ଦେଇଥିଲେ ମୁରୁସୁଆଁ ଗାଁକୁ । ଏବେ ଏଠାର ଗ୍ରାମବାସୀ ନିରାଶ । ଟେଣ୍ଟ ମାରି ରହିବେ ପଛେ ଭିଟାମାଟି ଛାଡ଼ି ଯିବେ ନାହିଁ ବୋଲି କହିଛନ୍ତି ବିସ୍ଥାପିତ । କାନପୁର ବୃହତ ନଦୀବନ୍ଧ ଯୋଜନାରେ ୧୭ଟି ଗ୍ରାମ ବିସ୍ଥାପିତ ହେଉଥିବା ବେଳେ ଆଜି ଯାଏ ବହୁ ଲୋକ କ୍ଷତିପୁରଣ ପାଇ ନାହାଁନ୍ତି । ଏହାକୁ ନେଇ ୧୦୩ ଜଣ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । କେସ ବିଚାରାଧିନ ଥିବା ବେଳେ ସେଥି ମଧ୍ୟରୁ ୪୨ ଜଣଙ୍କ ଘର ନ ଭାଙ୍ଗିବାକୁ ହାଇକୋଟଙ୍କ ନିର୍ଦ୍ଦେଶ ଅଛି । ହେଲେ ମୁରୁସୁଆଁ ଗାଁରେ ୪ ଜଣଙ୍କ ଘର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଭାଙ୍ଗି ଦିଆଯାଇଛି । ଯାହାକୁ ନେଇ ଘଟଣାର ତଦନ୍ତ କରିବାକୁ ଗାଁରେ ପହଞ୍ଚିଛନ୍ତି ଜାତୀୟ ଅନୁସୂଚିତ ଜନଜାତୀ ଆୟୋଗଙ୍କ ସଦସ୍ୟ ଅନନ୍ତ ନାଏକ । ଲୋକଙ୍କ ସହ ଆଲୋଚନା ପରେ ତାଜୁବ ହୋଇଗଲେ ଅଧିକାରୀ । ଏ ପରିକି ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କୁ ବି ଛାଡି ନାହିଁ ପ୍ରଶାସନ । ଟେଣ୍ଟ ତଳେ ନବଜାତ ଶିଶୁକୁ ଦେଖି ଆଶ୍ଚର‌୍ୟ୍ୟ ହୋଇଥିଲେ ଅଧିକାରୀ ।

Leave a Reply

Your email address will not be published. Required fields are marked *

Related Posts