FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡ ରୁମ ଶୋଚନୀୟ, ଆବଶ୍ୟକ ପଦକ୍ଷେପ ନେବାକୁ ଦାବି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡ ରୁମ ଶୋଚନୀୟ, ଆବଶ୍ୟକ ପଦକ୍ଷେପ ନେବାକୁ ଦାବି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡ ରୁମ ଶୋଚନୀୟ, ଆବଶ୍ୟକ ପଦକ୍ଷେପ ନେବାକୁ ଦାବି
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟର ରେକର୍ଡରୁମ ଅବସ୍ଥା ବେଶ ଶୋଚନୀୟ ହୋଇ ପଡିଛି । ଆବଶ୍ୟକ ରକ୍ଷଣା ବେକ୍ଷଣ ଓ କର୍ମଚାରୀଙ୍କ ଅଭାବରୁ ଲୋକେ ରାଜସ୍ବ ସୂଚନା ଅବା ରେକର୍ଡ କପି ପାଇ ପାରୁ ନାହାନ୍ତି । ବିଶେଷକରି ଚତୁର୍ଥ ବନ୍ଦୋବସ୍ତର ରେକର୍ଡ ଗୁଡିକ ଅତି ପୁରାତନ ହୋଇଥିବାରୁ ସେଗୁଡିକ ହାତରେ ଧରିଲେ ଗୁଣ୍ଡ ହୋଇ ଯାଉଛି । ୧୯୯୩ ମସିହାରେ ଜିଲ୍ଲା ଗଠନ ହେବା ପରେ ବି ଆଜିଯାଏଁ ବଲାଂଗିର ଜିଲ୍ଲାପାଳଙ୍କ ରେକର୍ଡ ରୁମରୁ ସୁବର୍ଣ୍ଣପୁର ରେକର୍ଡରୁମକୁ ରାଜସ୍ବ ରେକର୍ଡ ଗୁଡିକ ଅଣାଯାଇ ପାରିନାହିଁ । ଫଳରେ ଜିଲ୍ଲାର ଜନସାଧାରଣ ସାଧାରଣ ରାଜସ୍ବ ସୂଚନା ଓ ରେକର୍ଡ କପି ପାଇଁ ୫୦ କିଲୋମିଟର ବଲାଂଗିର ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଦୌଡିବାକୁ ପଡୁଛି । ଏ ସଂପର୍କରେ ଜିଲ୍ଲା ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଆପତ୍ତି ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ଏବେ ଚୁତୁର୍ଥ ବନ୍ଦୋବସ୍ତର ଯାହା ବି ରାଜସ୍ବ କାଗଜାଦି ରହିଛା ସେଗୁଡିକ ସ୍କାନ କରି ରଖିବା ପାଇଁ ଦାବି ହେଉଛି । ରେକର୍ଡ ଗୁଡିକ ଅତି ପୁରୁଣା ହୋଇ ଯାଇଥିବାରୁ ରେକର୍ଡ ସବୁ ଚିରି ଯାଉଥିବା ବେଳେ ରେକର୍ଡ ସହକାରୀଙ୍କୁ ରେକର୍ଡ ଖୋଜି ବାହାର କରିବା ପାଇଁ ବେଶ କଷ୍ଟ ସ୍ବୀକାର କରିବାକୁ ପଡୁଛି । ତେବେ ପୁରୁଣା ରେକର୍ଡ ଗୁଡିକ ସୁରକ୍ଷା ଦେବା ସହିତ ବଲାଂଗିର ଜିଲ୍ଲାରେ ରହିଥିବା ରେକର୍ଡସବୁ ଜିଲ୍ଲାକୁ ଆଣିବାକୁ ଦାବୀ ହେଉଛି । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts