FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଜିଲ୍ଲା ବିଜେପି ପକ୍ଷରୁ ସୁବର୍ଣ୍ଣପୁର ବନ୍ଦ ଡାକରା

ଜିଲ୍ଲା ବିଜେପି ପକ୍ଷରୁ ସୁବର୍ଣ୍ଣପୁର ବନ୍ଦ ଡାକରା

ଜିଲ୍ଲା ବିଜେପି ପକ୍ଷରୁ ସୁବର୍ଣ୍ଣପୁର ବନ୍ଦ ଡାକରା
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ମମିତା ମୃତ୍ୟୁ ମାମଲାକୁ ନେଇ ତେଜୁଛି ବିବାଦ । ମମିତାଙ୍କୁ ନ୍ୟାୟ ଦେବା ପାଇଁ ସବୁ ରାଜନୈତିକ ସଂଗଠନଙ୍କ ଦ୍ୱାରା କରାଯାଉଛି ବିକ୍ଷୋଭ ପ୍ରଦର୍ଶନ । ଏନେଇ ୧୨ଘଂଟିଆ ସୋନପୁର ବନ୍ଦ ଡାକରା ଦେଇଥିଲା ଭାରତୀୟ ଜନତା ପାର୍ଟି । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେରକୁ ଫାଶିଦଣ୍ଡରେ ଦଣ୍ଡିତ କରିବାକୁ ଦାବୀ କରିଛି ବିଜେପି । ଏହାସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ୍ୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବୀ କରିଛି । ତେବେ ଏସବୁ ଦାବୀକୁ ନେଇ ପୁର୍ବରୁ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୨୫ ତାରିଖରେ ୧୨ ଘଂଟିଆ ବୀରମହାରାଜପୁର ବନ୍ଦ କରାଯାଇଥିବା ବେଳେ କାଲି ବୀରମହାରାଜପୁରକୁ ବାଦ ଦେଇ ଅନ୍ୟ ସମସ୍ତ ୫ଟି ବ୍ଲକ ୨ଟି ଏନଏସି ଏବଂ ଗୋଟିଏ ମୁନିସିପାଲିଟିରେ ବନ୍ଦ କରିବାକୁ ବିଜେପି ଡାକରା ଦେଇଥିଲା । ବନ୍ଦର ପ୍ରଭାବରେ ଆଜି ଜିଲ୍ଲାରେ ଦୋକାନ ବଜାର,ଗାଡି ମୋଟର ଚଳାଚଳ ସହ ସରକାରୀ ବେସରକାରୀ ପ୍ରତିଷ୍ଠାନ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ସକାଳୁ ସକାଳୁ ବିଜେପିର କର୍ମକର୍ତାମାନେ ବିଭିନ୍ନ ଛକରେ ପିକେଟିଂ କରୁଥିବା ଦେଖରବାକୁ ମିଳିଥିଲା । ସେହିପରି ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ଛକରେ ପେଟ୍ରୋଲିଂ କରାଯାଉଥିଲା ।

Leave a Reply

Your email address will not be published. Required fields are marked *

Related Posts