FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜିଲ୍ଲାପାଳ ଙ୍କ ସିନାପାଲି ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର କଲେ ପରିଦର୍ଶନ

ଜିଲ୍ଲାପାଳ ଙ୍କ ସିନାପାଲି ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର କଲେ ପରିଦର୍ଶନ

ଜିଲ୍ଲାପାଳ ଙ୍କ ସିନାପାଲି ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର କଲେ ପରିଦର୍ଶନ
SHARE NOW :


ସିନାପାଲି(ଲାଇଭ ଓଡିଶା ନ୍ୟୁଜ): ନୂଆପଡା ଜିଲ୍ଲାପାଳ ସ୍ୱଧାଦେଵ ସିଂ ଆଜି ସିନାପାଲି ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କର‌୍ୟ୍ୟ ର ପରିଦର୍ଶନ କରି ଫେରି ଯାଇଥିବା ଜଣାପଡିଛି। ସିନାପାଲି ପହଁଚିଲା ପରେ ପ୍ରଥମେ ସିନାପାଲି ସ୍ଥିତ ନୋଡାଲ ହାଇସ୍କୁଲ ଯାହାକି ପ୍ରାୟ ୪୦ ଲକ୍ଷ ଟଙ୍କାରେ ଏକ ସ୍ମାର୍ଟ ସ୍କୁଲ ଭାବେ ରେ ନିର୍ମାଣ ହେଉଥିବାକାର୍ଯ୍ୟ ପରିଦର୍ଶନରେ ଯାଇ ତଦାରଖ କରି ନିର୍ମାଣ କାର‌୍ୟ୍ୟ ର ଅନୁଧ୍ୟାନ କରିଥିଲେ। ସେହିପରି ନିର୍ମାଣଧୀନ ସ୍ଥାନୀୟ ରୁରାଲ ମାର୍କେଟ କୁ ମଧ୍ୟ ବୁଲି ଦେଖିବା ସହିତ ପ୍ରଶଂସା କରି ତୁରନ୍ତ କାର‌୍ୟ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ପରେ ଚଲନା ଶିବମନ୍ଦିର ଠାରେ ନିର୍ମାଣଧୀନ ଥିବା ଘଣ୍ଟିଗୁଡା ରୁରାଲ ପାର୍କ ପରିଦର୍ଶନରେ ଯାଇ ବୁଲି ଦେଖିଥିଲେ। ଯଥାଶୀଘ୍ର ଉକ୍ତ କାର‌୍ୟ୍ୟ ସମ୍ପାଦନ କରିବାକୁ ସ୍ଥାନୀୟ ସରପଞ୍ଚ ଓ ଅଧିକାରୀଙ୍କୁ ତାଗିଦ କରିଥିଲେ। ପୁଣି ମନ୍ଦିର ପରିସରରେ ଏକ ଆଦର୍ଶ ପୋଖରୀ ଏବଂ ଅନ୍ୟାନ୍ୟ ସୌନ୍ଦର‌୍ୟ୍ୟ କରଣ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଥିଲେ। ସେହିପରି ହାତିବନ୍ଧା ସ୍ଥିତ ସ୍ମାର୍ଟ ସ୍କୁଲର ନିର୍ମାଣ କାର୍ଯ୍ୟକୁ ମଧ୍ୟ ପରିଦର୍ଶନରେ ଯାଇ ବୁଲି ଦେଖିଥିଲେ। ଏହି ଗସ୍ତ ସମୟରେ ଜିଲ୍ଳାପାଳ ଙ୍କ ସମେତ ସିନାପାଲି ବିଡ଼ିଓ ସଦାଶିବ ନାଏକ, ସହକାରୀ ଯନ୍ତ୍ରୀ ଶ୍ରୀ ପରିଡା , କନିଷ୍ଠ ଯନ୍ତ୍ରୀ ମିନାକ୍ଷୀ ମିଶ୍ର,ହେମନ୍ତ ଖମାରୀ, ପିଇଓ ଶ୍ରୀବୈରାଗି,ସରପଞ୍ଚ ନମିତା ସୁନାନୀ, ଜିଲାପରିସଦ ପ୍ରିୟରଞ୍ଜନ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Related Posts