FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜନବସତି ମୁହାଁ ହାତୀପଲ

ଜନବସତି ମୁହାଁ ହାତୀପଲ

ଜନବସତି ମୁହାଁ ହାତୀପଲ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସବୁ ବର୍ଷ ଭଳି ଠିକ୍ ଚାଷ ସମୟରେ ଦେଖାଦେଲାଣି ହାତୀ ଉପଦ୍ରବ । ଫସଲ ଖାଇବାକୁ ଜଂଗଲ ଛାଡି ଗାଁକୁ ମୁହାଁଇଲେଣି ହାତୀପଲ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଂଜ ଅନ୍ତର୍ଗତ ହିକୁଡି ଗାଁରେ ଆଜି ଦେଖିବାକୁ ମିଳିଛି ଏଭଳି ଘଟଣା । ଗତକାଲି ରାତିରେ ହାତୀପଲ ଗାଁକୁ ଆସି ଗାଁର ଅନେକ ଧାନବିଲ ଦଳିଚକଟି ନଷ୍ଟ କରିଦେଇଛନ୍ତି । ସକାଳ ହୋଇଯିବାରୁ ହାତୀପଲ ଫେରିନପାରି ଗାଁ ମୁଣ୍ଡରେରେ ରହିଯାଇଛନ୍ତି । ହାତୀପଲରେ ୪ଟି ବଡ ହାତୀ ଏବଂ ଦୁଇଟି ହାତୀଛୁଆ ଥିବା ଜଣାଯାଇଛି । ଖବର ପାଇ ଉଲୁଣ୍ଡା ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ହିକୁଡିକୁ ପହଂଚିଛନ୍ତି । ତେବେ ଗାଁ ମୁଣ୍ଡରେ ହାତୀପଲ ଦେଖି ଭୟଭିତ ଅଛନ୍ତି ସ୍ଥାନୀୟ ଲୋକେ । ସେପଟେ ହାତୀପଲ କିଭଳି ଲୋକଙ୍କ ଧନଜୀବନ ନଷ୍ଟ ନକରିବେ ଏବଂ ହାତୀପଲକୁ କିଭଳି ସୁରକ୍ଷିତ ଭାବେ ଜଂଗଲକୁ ଫେରାଇନିଆଯିବ ସନେଇ ବନ ବିଭାଗ ଚେଷ୍ଟା ଜାରି ରଖିଥିବା ବନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts