FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜି ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ଚୂଡାନ୍ତ ତାଲିକା

ଆଜି ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ଚୂଡାନ୍ତ ତାଲିକା

ଆଜି ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ଚୂଡାନ୍ତ ତାଲିକା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ଆଜି ପ୍ରକାଶ ପାଇବ ଚୂଡାନ୍ତ ତାଲିକା । ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ଆସନ୍ତା ୩୦ ତାରିକ ସୁଦ୍ଧା ଏହାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯିବ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଂରକ୍ଷଣକୁ ନେଇ ଆସିଥିବା ବିଭିନ୍ନ ଅଭିଯୋଗର ଶୁଣାଣି ୨୨ ତାରିଖରେ ଶେଷ ହୋଇଛି । । ୯୨ ହଜାର ଓ୍ୱାର୍ଡ ମେମ୍ବର, ୬ ହଜାର ୮୦୦ ସରପଞ୍ଚ ଓ ସମିତ ସଭ୍ୟଙ୍କ ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ । ଆସନ୍ତା ୩୦ ତାରିଖରେ ଜିଲ୍ଲା ପରିଷଦର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ସରକାର ନିର୍ବାଚନ ଆୟୋଗଙ୍କୁ ଦେବେ । ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ ହେବ ।ଆସନ୍ତା ଫେବୃୟାରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଜାରି ରହିଛି । ୫ଟି ପର‌୍ୟ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *

Related Posts