FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସାହାଯ୍ୟ ସେନାର ଜିଲ୍ଲାସ୍ତରୀୟ ପ୍ରଥମ ନୁଆଁଖାଇ ଭେଟଘାଟ

ସାହାଯ୍ୟ ସେନାର ଜିଲ୍ଲାସ୍ତରୀୟ ପ୍ରଥମ ନୁଆଁଖାଇ ଭେଟଘାଟ

ସାହାଯ୍ୟ ସେନାର ଜିଲ୍ଲାସ୍ତରୀୟ ପ୍ରଥମ ନୁଆଁଖାଇ ଭେଟଘାଟ
SHARE NOW :

ନୂଆପଡ଼ା(ଚନ୍ଦ୍ର ପଟେଲ /ଲାଇଭ ଓଡିଶା ନ୍ୟୁଜ) : ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅଧିନସ୍ଥ ଟେମରି ମହରାଜୋର ଚାରିଛକ ଖେଳ ପଡିଆ ଠାରେ ନୂଆପଡ଼ା ଜିଲ୍ଲା ସାହାଯ୍ୟ ସେନାର ଆବାହକ ଶ୍ରୀ ବେଣୁଧର ଜଗତ ଙ୍କ ଆମନ୍ତ୍ରଣ ରେ ଭାଇଚାରା ର ପର୍ବ ପ୍ରଥମ ଜିଲ୍ଲା ସ୍ତରୀୟ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଗ୍ରାମର ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ଶ୍ରୀଯୁକ୍ତ ବୈଷ୍ଣବ ଦୁରିଆଙ୍କ ଦ୍ଵାରା ଅତିଥି ପରିଚୟ ପୂର୍ବକ ମଞ୍ଚ ପରିଚାଳନାରେ ସଭାକାର୍ଯ୍ୟଟିକୁ ଆଗେଇ ନେଇଥିଲେ ।ଉକ୍ତ କାର୍ଯ୍ୟକ୍ରମର ସଭାପତି ରାଜେନ୍ଦ୍ର ସିଂ ନିନାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ରୂପେ ଖଡ଼ିଆଳ ବିଧାୟକ ଶ୍ରୀମାନ ଅଧିରାଜ ମୋହନ ପାଣିଗ୍ରାହୀ,ମୁଖ୍ୟବକ୍ତା ଭାବରେ ବୋଡ଼େନ ଇତିହାସ ଅଧ୍ୟାପକ ଗୟାଧର ମହାନ୍ତି ,ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ତଥା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମାନ ଲମ୍ବୋଦର ନିଆଲ ବିଶିଷ୍ଟ ଅତିଥି ଭାବରେ,ବୋଡେ଼ନ ବ୍ଲକ ସମ୍ବାଦିକ ସଙ୍ଘଠନ ର ସଭାପତି ଶ୍ରୀ ବିସିକେଶନ ପଣ୍ଡା, ଫରସରା ସମିତି ସଭ୍ୟ ସୌଦାଗର ସାହୁ , ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରୋହିତ କୁମାର ସାମନ୍ତ,ବୋଡେ଼ନ ଗ୍ରାମପଞ୍ଚୟତ ସରପଞ୍ଚ ଶ୍ରୀ ନୃପରାଜ, ତାଣ୍ଡି, ସମାଜସେବୀ ଫାରୁକ୍ ଭାଇ ମହମ୍ମଦ,ଶିକ୍ଷକ ଭୂପତି ଦୁରିଆ,ନାଗପଡା ଗ୍ରାମପଞ୍ଚାୟତ ପୂର୍ବତନ ସମିତି ସଭ୍ୟ, ବିଜୁ କଟା ପ୍ରମୁଖ ମଞ୍ଚାସିନ ଥିଲେ । ସାହାଯ୍ୟ ସେନାର ଆବାହକ ବେଣୁଧର ଜଗତ ଆଗାମୀ ଦିନରେ ମଦବିରୋଧି ଆନ୍ଦୋଳନ ପୂର୍ବକ ଅଞ୍ଚଳକୁ ମଦମୁକ୍ତ କରିବାକୁ ପତିଶୃତି ରଖିଥିଲେ , ସାହାଯ୍ୟ ସେନାର ଏଭଳି ପ୍ରୟାସ ତଥା ପତିଶୃତିକୁ ଏହା ଅଞ୍ଚଳ ପାଇଁ ଏକ ଉଚ୍ଚକୋଟୀର ଚିନ୍ତା ଧାରା ବୋଲି ମଞ୍ଚାଶିନ ଅତିଥି ଗଣ ବହୁ ପ୍ରଶଂସା କରିଥିଲେ । ଉକ୍ତ ନୂଆଖାଇ ଭେଟଘାଟ ରେ ହଜାର ହଜାର ସଂଖ୍ୟାରେ, ଟେମରି,ଜାମବାହାଳି, ମହରାଜୋର,, ଅଞ୍ଚଲର ଜନଧାରଣ ଉପସ୍ଥିତ ରହି ନୁଆଁଖାଇ ଭେଟଘାଟକୁ ଧୁମଧାମରେ ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *

Related Posts