FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆରମ୍ଭ ହେବ ପ୍ରଥମ ବର୍ଷ ୟୁଜି ପ୍ରଥମ ବର୍ଷ ପିଜି ପିଲାଙ୍କ ଅଫଲାଇନ ପାଠପଢ଼ା

ଆରମ୍ଭ ହେବ ପ୍ରଥମ ବର୍ଷ ୟୁଜି ପ୍ରଥମ ବର୍ଷ ପିଜି ପିଲାଙ୍କ ଅଫଲାଇନ ପାଠପଢ଼ା

ଆରମ୍ଭ ହେବ ପ୍ରଥମ ବର୍ଷ ୟୁଜି ପ୍ରଥମ ବର୍ଷ ପିଜି ପିଲାଙ୍କ ଅଫଲାଇନ ପାଠପଢ଼ା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଅଫଲାଇନରେ ଆରମ୍ଭ ହେବାକୁ ଯାଉଛି ୟୁଜି ଏବଂ ପିଜି ପିଲାଙ୍କ ପାଠପଢା । କରୋନା ନିୟନ୍ତ୍ରଣରେ ଆସିଥିବା ବେଳେ ଏବେ ସରକାର କଟକଣାକୁ କୋହଳ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ପାଇଁ ଅଫଲାଇନ୍ ପାଠପଢ଼ା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷ। ବିଭାଗ । ନଭେମ୍ବର ୧ ଏବଂ ନଭେମ୍ବର ୧୫ରୁ ଓଡ଼ିଶାରେ ଡିଗ୍ରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପାଠପଢ଼ା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସମସ୍ତ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ଏବଂ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନଭେମ୍ବର ୧ ଏବଂ ନଭେମ୍ବର ୧୫ରୁ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଅଫଲାଇନ ପାଠପଢ଼ା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ସାମାଜିକ ଦୂରତା ଏବଂ ଉପଯୁକ୍ତ କରୋନା କଟକଣା ଅନୁସରଣ କରି ପାଠପଢ଼ା ଆରମ୍ଭ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Related Posts