FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବୀରସୁରେନ୍ଦ୍ର ସାଏ ବୀମାନ ବନ୍ଦରରେ ଉଡାଣ ଉତ୍ସବ ପାଳିତ

ବୀରସୁରେନ୍ଦ୍ର ସାଏ ବୀମାନ ବନ୍ଦରରେ ଉଡାଣ ଉତ୍ସବ ପାଳିତ

ବୀରସୁରେନ୍ଦ୍ର ସାଏ ବୀମାନ ବନ୍ଦରରେ ଉଡାଣ ଉତ୍ସବ ପାଳିତ
SHARE NOW :


ଝାରସୁଗୁଡ଼ା (ଲାଇଭ ଓଡିଶା ନ୍ୟୁଜ୍‌) : ଝାରସୁଗୁଡା ଜିଲ୍ଲା ବୀରସୁରେନ୍ଦ୍ର ସାଏ ବୀମାନ ବନ୍ଦରରେ ଉଡାଣ ଉତ୍ସବ ପାଳିତ ହୋଇଛି । ଉତ୍ସବରେ ବେସାମରିକ ବିମାନ ବିଭାଗ ର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଉଷା ପାଢ଼ୀ ଏବଂ ଜିଲ୍ଲା ପାଳ ସରୋଜ କୁମାର ସାମଲ୍,ବିମାନ ବନ୍ଦର ନିର୍ଦ୍ଦେଶକ ଙ୍କ ସହଯୋଗ ରେ ବିଭିନ୍ନ କଳା ସସ୍କୃତୀ ବିଷୟରେ ଚିତ୍ରଣ ହୋଇଥିଲା । ଉକ୍ତ ଉତ୍ସବରେ ସମ୍ବଲପୁରୀ ନୃତ୍ୟ, ଲୋକ ବାଦ୍ୟ ନାଚଗୀତ ପରିବେଶଣ ହୋଇଥିଲା । ମୁଖ୍ୟ ଅତିଥି ଭେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଆଦିତ୍ୟରାଜ ସିନ୍ଧିଆ ଯୋଗଦେଇଥିଲେ। ଏହା ବ୍ୟତୀତ ଜିଲ୍ଲା ର ବୃଦ୍ଧାଶ୍ରମ, ଅନାଥାଶ୍ରମ ର କେତେକ ଛାତ୍ର ଛାତ୍ରୀ ମାନଙ୍କୁ ବୀମାନ ରେ ବସି ଉଡ଼ି ବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଆଦିତ୍ୟରାଜ ନିଜ ଅଭିଭାଷଣ ରେ ଝାରସୁଗୁଡ଼ା ର କଳା,ସସ୍କୃତୀ କୁ ପ୍ରଶଂସା କରିବା ସହ ଝାରସୁଗୁଡ଼ା ର ପ୍ରଶିଦ୍ଦ ଶୈବ ପୀଠ ବାବା ଝାଡେସ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ଆଗାମୀ ଦିନରେ ବୀମାନ ବନ୍ଦରରେ ଦ୍ୱିତୀୟ ଫେଜ ପାଇଁ କାର‌୍ୟ୍ୟ କରିବା ପାଇଁ ମଧ୍ୟ ଆଶା ବାନ୍ଧିଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ପ୍ରଚେଷ୍ଟା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ରେ ଆଜି ଝାରସୁଗୁଡ଼ା ଜିଲ୍ଲାବାସୀ ତଥା ଓଡିଶା ର ଜନତା ବୀଭିନ୍ନ ସହର,ତଥା ଦେଶ ବୀଦେଶ କୁ ଯିବା ଆସିବା ରେ ,ବାଣିଜ୍ୟ କାରବାର କରିବା ରେ ବହୁତ ସୁବିଧା ହୋଇଛି ।ଆଗାମୀ ଦିନରେ କୃଷି ପାଇଁ ମଧ୍ୟ ସୁବିଧା ସୁଯୋଗ ଯୋଜନା ପ୍ରସ୍ତୁତ କରିବାକୁ ଚେଷ୍ଟା କରିବା ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts