- Home
- »
- Breaking News
- »
- ଚାଲିପାରିଲାନି ବିଧାନସଭା, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା
ଚାଲିପାରିଲାନି ବିଧାନସଭା, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା । ଗୃହ କାର୍ୟ୍ୟ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି ବିରୋଧୀ । ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିରୋଧୀ ହଟ୍ଟଗୋଳ କରିଛନ୍ତି । ମମିତା ମେହେର ପ୍ରସଙ୍ଗରେ ହୋହଲ୍ଲା କରିଛନ୍ତି ବିରୋଧୀ । ଫଳରେ ଗୃହକୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ସେପଟେ ଗୃହରେ ଘଣ୍ଟ ବାଡେଇ ବିଜେପି ପ୍ରତିବାଦ କରିଥିବା ବେଳେ କେନ୍ଦ୍ର ଅବହେଳା ପ୍ରସଙ୍ଗ ସହ ଅନ୍ୟ ପ୍ରସଙ୍ଗ ନେଇ ବିଜେଡି ମଧ୍ୟ ପ୍ରତିବାଦ କରିଛି । ବିରୋଧୀଙ୍କ ଉପରକୁ ବିଜେଡି ଗଙ୍ଗା ଜଳ ପକାଇଛି । ଗୃହର ମଧ୍ୟଭାଗରେ ତିନି ଦଳଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ଘୋଷଣା ହୋଇଛି । ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକ ଧାରଣା ଦେଇଛନ୍ତି । ସେପଟେ ବିଧାନସଭାର ଅଚଳାବସ୍ଥା ଦୂର କରିବା ପାଇଁ ସୋମବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । କିନ୍ତୁ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ସର୍ବଦଳୀୟ ବୈଠକରେ ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ଗୃହରେ ରୁଲିଂ ଦେଇଛନ୍ତି । ହଟ୍ଟଗୋଳ କରୁଥିବା ବିଧାୟକମାନେ ନିଜ ଦଳର ନେତାଙ୍କ ସହ ଆଲୋଚନା କରିବା ପାଇଁ ବାଚସ୍ପତି ପରାମର୍ଶ ଦେଇଛନ୍ତି ।