ବାରିପଦା ସହରରେ ଆତଙ୍କ ଖେଳାଉଛି ଦନ୍ତା ହାତୀ

SHARE NOW :
ମୟୁରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ): ବାରିପଦା ସହରରେ ଆତଙ୍କ ଖେଳାଉଛି ଦନ୍ତା ହାତୀ। ଆଜି ସକାଳୁ ସହରର ମୁର୍ଗବାଡି ଅଞ୍ଚଳରେ ଏକ ଦନ୍ତା ବୁଲୁଥିବାର ଦେଖିବାକୁ ମିଳିଛି। ତେବେ କୌଣସି କ୍ଷୟକ୍ଷତି ଘଟାଇ ନଥିବା ଜଣାପଡିଛି। ବାରିପଦା ବନ ବିଭାଗ ହାତୀର ଗତି ବିଧି ଉପରେ ନଜର ରଖିଛନ୍ତି। ଏବେ ହାତୀଟି ଶଙ୍ଖାଭଙ୍ଗା ଅଞ୍ଚଳରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଝାଡ଼ଖଣ୍ଡି ହାତୀଟି ପଶ୍ଚିମବଙ୍ଗ ଆଡୁ ଦେଉଳି ଆଡ଼କୁ ଆସିଥିବାର ଅନୁମାନ କରାଯାଉଛି। ହାତୀଟି ରାତି ସାରା ଧାଡିପଡା, କୁଆବୁଡା ଅଞ୍ଚଳରେ ରହିଥିବା ବେଳେ ଆଜି ସକାଳୁ ମୁନିସିବନ୍ଧ ଆଡେ ଦେଇ ତକତପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ରହିଥିବାର ସୂଚନା ମିଳିଛି ।