FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଦୁଇ ଦିନିଆ ରିମାଣ୍ଡରେ କେବିଏନ୍ ଗ୍ୟାଙ୍ଗ

ଦୁଇ ଦିନିଆ ରିମାଣ୍ଡରେ କେବିଏନ୍ ଗ୍ୟାଙ୍ଗ

ଦୁଇ ଦିନିଆ ରିମାଣ୍ଡରେ କେବିଏନ୍ ଗ୍ୟାଙ୍ଗ
SHARE NOW :


ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) ବ୍ୟୁରୋ : କୋଇ ଭାଇ ନେହିଁ ନାମରେ ପ୍ରସ୍ତୁତ କଲେ ଗ୍ୟାଙ୍ଗ । ଏବଂ ନିଜର କଳା କାରନାମା କୁ ଭିଡିଓ ସୁଟ କରି ସୋସିଆଲ୍ ମିଡିଆରେ ଭାଇରାଲ୍ ମଧ୍ୟ କଲେ । ଏବେ ଗିରଫ ହୋଇ ଜେଲରେ । ନିଜକୁ କେବିଏନ୍ ଗ୍ୟାଙ୍ଗର ଲିଡର କରିଥିବା ବାବୁ ଏହି ଗୃପ୍ ରେ ପାଖାପାଖି ୩୫ ଜଣଙ୍କୁ ଜୋଡିଛି । ବର୍ତ୍ତମାନ ସୁଧା ଏହି ଗୃପର ୫ ଅଭିଯୁକ୍ତ ଗିରଫ ହୋଇ ଥାନାରେ ଅଟକ ଥିଲେ । ଏବଂ ଆଜି ୫ ଦିନିଆ ରିମାଣ୍ଡରେ ନେଲା ନୟାପଲ୍ଲୀ ଥାନା ପୋଲିସ ଅଧିକାରୀ । ଏହି ୫ ଅଭିଯୁକ୍ତ ହେଲେ ରାହୁଲ ଜେନା, ସୁମନ ପରିଡ଼ା, ରାଜେଶ ବେହେରା, ସନାତନ ବେହେରା ଓ ନରେନ୍ଦ୍ର ସାହୁ । ୭ ଦିନିଆ ରିମାଣ୍ଡ ଆବେଦନ ହୋଇଥିବା ବେଳେ ୨ ଦିନ ରିମାଣ୍ଡ ଅନୁମତି ଦେଇଥିଲେ ଏସଡିଜିଏମ କୋର୍ଟ । । ମୁଖ୍ୟ ଅଭିଯୁକ୍ତ ବୁବୁ ଜେନା ସହ ଅନ୍ୟମାନେ କେଉଁଠି ଅଛନ୍ତି । ଏମିତି ଅନେକ ପ୍ରଶ୍ନ କରି ଗ୍ୟାଙ୍ଗର ଗୁମର ଖୋଲିବ ପୋଲିସ । ମାରଣାସ୍ତ୍ର ଧରି ଭିଡିଓ କରିବା ଏବଂ ତାକୁ ଭାଇରାଲ କରି ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ପରେ କମିଶନରେଟ ପୋଲିସ୍ କେବିଏନ୍ ଗ୍ୟାଙ୍ଗ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କେବିଏନ୍ ଗ୍ୟାଙ୍ଗର ଭିଡିଓ ଭାଇରାଲ ହେବା ପରେ ମୋଟ ୨୯ ଜଣକ ନାଁରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ ।ରାଜଧାନୀରେ ନିଜର ଏହି ଗୁଣ୍ଡଗିରୀ ଉପରୁ ପର୍ଦ୍ଦାଫାସ କରିବ ଲୟାପଲ୍ଲୀ ଥାନା ପୋଲିସ । ନିଜକୁ ଭୁବନେଶ୍ୱର ର ଡନ୍ ଭାବୁଥିବା ଏହି ଯୁବକଙ୍କ ଟେର କେତେ ଲମ୍ବା ତାହାର ଗୁମର ୨ ଦିନିଆ ରିମାଣ୍ଡ ସମୟରେ ପୋଲିସ ର ମାରାଥନ୍ ଜେରା ରେ ଜଣା ପଡିବ ।

Leave a Reply

Your email address will not be published. Required fields are marked *

Related Posts