FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସନିଶ୍ଚରଙ୍କର ଶେଷ ମେଳା ଅନୁଷ୍ଠିତ

ସନିଶ୍ଚରଙ୍କର ଶେଷ ମେଳା ଅନୁଷ୍ଠିତ

ସନିଶ୍ଚରଙ୍କର ଶେଷ ମେଳା ଅନୁଷ୍ଠିତ
SHARE NOW :


କେନ୍ଦ୍ରାପଡ଼ା ( ଲାଇଭ ଓଡିଶା ନ୍ୟୁଜ୍‌) : ଚାଲିଛି କାର୍ତ୍ତିକ ମାସ । ଧର୍ମ ମାସ ଅନୁଯାୟୀ କାର୍ତ୍ତିକ ମାସରେ ଗ୍ରହଖଣ୍ଡନ୍ ପାଇଁ ପ୍ରଭୁ ସନିଶ୍ଚରଙ୍କ ପୂଜା ଶତାଧିକ ଶ୍ରଦ୍ଧାଳୁ ଘରେ ଘରେ କରନ୍ତି । କିନ୍ତୁ କିଛି ଶ୍ରଦ୍ଧାଳୁଙ୍କୁ ଶେଷ ପୂଜା ସନିଶ୍ଚର ମନ୍ଦିରରେ ହୋମ ଯଜ୍ଞ କରି ସମାପ୍ତ କରିଥିବାର ଦେଖିବାକୁ ମିଳିଛି । ସେଇଭଳି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ହରିଦାସପୁର ଗ୍ରାମର ଚିତ୍ରୋପ୍ତଳା ନଦୀ ପଠାରେ ସ୍ଥାପିତ ସନିଶ୍ଚର ମନ୍ଦିରରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଚାଲିଥିଲା ପୂଜା, ପଡୁଥିଲା ହୁଳହୁଳି ଏବଂ ହରିବୋଲ । ସ୍ଥାନୀୟ ଅଞ୍ଚଳର ଲୋକେ ମନ୍ଦିରରେ ପୂଜା କରିବା ଲାଗି ବେଶ୍ ଭିଡ଼ ଜମାଇଥିଲେ ।ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ଅଛି କି ଗ୍ରହ ପୀଡ଼ା ରୁ ଯେଉଁ ଭଳି ରୋଗ , ବ୍ୟାଧିରେ ପଡ଼ିଥିଲେ ମଧ୍ୟ ପ୍ରଭୁ ଗ୍ରହ ରାଜ ସନିଶ୍ଚର୍ ଙ୍କର ନିୟମ ଅନୁଯାୟୀ ପବିତ୍ରତା ସହିତ ପୂଜା କଲେ ସମସ୍ତ ଦୁଃଖ କଷ୍ଟ ରୁ ମୁକ୍ତି ମିଳେ ।

Leave a Reply

Your email address will not be published. Required fields are marked *

Related Posts