- Home
- »
- Breaking News
- »
- ବିରୋଧୀଙ୍କ ହୋହଲ୍ଲା ରେ ଅନିର୍ଦ୍ଦିଷ୍ଟ ପାଇଁ ମୁଲତବି ହୋଇଗଲା ବିଧାନସଭା
ବିରୋଧୀଙ୍କ ହୋହଲ୍ଲା ରେ ଅନିର୍ଦ୍ଦିଷ୍ଟ ପାଇଁ ମୁଲତବି ହୋଇଗଲା ବିଧାନସଭା

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଶାନ୍ତିରେ ଚାଲିପାରିଲାନି ବିଧାନସଭା । ନିର୍ଦ୍ଧାରିତ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି ବାଚସ୍ପତି । ବିଧାନସଭା ଶୀତକାଳୀନ ଅଧିବେଶନ ବିରୋଧୀଙ୍କ ମମିତା ଝଡରେ ଧୋଇଗଲା । ହାଉସର କୌଣସି ବିଜନେସ୍ ନଥିବାରୁ ଏବଂ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ୯ ଦିନର ଅଧିବେଶନେ ପ୍ରାୟ ୨ ଘଣ୍ଟା ବି ସ୍ୱାଭାବିକ ଭାବେ ଚାଲି ପାରିଲାନି ଗୃହ । କଂଗ୍ରେସ ଓ ବିଜେପି ବିଧାୟକ ଗୃହରେ ହୋହଲ୍ଲା କରିଥିଲେ । ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲି ପାରିନଥିବା ବେଳେ ଗୋଟିଏ ବି ମୁଲତବି ପ୍ରସ୍ତାଵ ଆଲୋଚନା ହୋଇ ପାରିନାହିଁ । ତେବେ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ଭିତରେ ପାରିତ ହୋଇଛି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି ସରକାର । ଶୁକ୍ରବାର ବିଧାନସଭାରେ ପାରିତ ହୋଇଛି ବ୍ୟୟମଞ୍ଜୁରୀ ବିଲ୍ । ୧୯ ହଜାର ୮୩୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀ ପ୍ରତିବାଦ କରିଥିଲେ ଏବଂ ବାଚସ୍ପତିଙ୍କ ପୋଡିଅମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।