FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଭଙ୍ଗାଦଦରା ଚାଳ କୁଡିଆରେ ବିତୁଛି ଅସହାୟ ମାଆ ଝିଅଙ୍କ ଜୀବନ

ଭଙ୍ଗାଦଦରା ଚାଳ କୁଡିଆରେ ବିତୁଛି ଅସହାୟ ମାଆ ଝିଅଙ୍କ ଜୀବନ

ଭଙ୍ଗାଦଦରା ଚାଳ କୁଡିଆରେ ବିତୁଛି ଅସହାୟ ମାଆ ଝିଅଙ୍କ ଜୀବନ
SHARE NOW :

କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): ନାଁ ଅଛି ଆଲୁଅ ନାଁ ଅଛି ଶୌଚାଳୟ । ଦରଭଙ୍ଗା ଚାଳ କୁଡିଆ ଘରେ ଅସହାୟ ଅବସ୍ଥାରେ କଟୁଛି ଦୁଇ ନିରୀହ ଜୀବନ । ଦୁଇଜଣ ଶାରୀରିକ ଅକ୍ଷମ ଥିବା ବେଳେ ଆହା ପଦେ କହିବାକୁ ପାଖରେ କେହି ନାହାନ୍ତି । ଦୀର୍ଘ ଦିନରୁ ମା ଓ ଝିଅ ଏଭଳି ଦୟନୀୟ ଅବସ୍ଥାରେ ଜୀବନ କାଟୁଥିବା ବେଳେ ଏଥତପ୍ରତି କାହାର ଦୃଷ୍ଟି ନାହିଁ । ଏଭଳି ଦୃଶ୍ୟ ଆସିଛି ଗୋଳାମୁଣ୍ଡା ବ୍ଲକ ମାନଝରୀ ଗ୍ରାମ ପଞ୍ଚାୟତ ଅଧିନ ମାନଝରୀ ଗ୍ରାମର ମିଥିଲା ପଟେଲ ଓ ଝିଅ ସନ୍ତରା ପଟେଲ ପାଖରୁ । ତାଙ୍କର ସାହାରା ବୋଲି ନିଜର ପୁଅ ଭାଇ ସ୍ବାମୀ କେହି ନ ଥିବା ବେଳେ ଦୁଇ ଜଣ ବର୍ତ୍ତମାନ ଶାରିରୀକ ଅକ୍ଷମ ଭାବରେ ଅଛନ୍ତି । ସହାୟତା କହିଲେ ଖାଇବାକୁ ସରକାରଙ୍କ କେବଳ ୫ କେଜି ଚାଉଳ ଓ ଭତ୍ତାରେ ହିଁ ତାଙ୍କର ଭରଣ ପୋଷଣ ହେଉଥିବାର ଜଣା ପଡିଛି । ତାହା ବି ମା ଝିଅ ଙ୍କୁ ନିଅଣ୍ଟ ହେଉଥିବା ପଡୋଶୀ କହିଛନ୍ତି । ଝିଅ ସଂମ୍ପୁର୍ଣ୍ଣ ଭାବରେ କଥା କହି ପାରୁ ନ ଥିବା ବେଳେ ମାଁ ମଧ୍ୟ ଷ୍ପଷ୍ଟ ଭାବରେ କଥା କହି ପାରନ୍ତି ନାହିଁ । ତାଙ୍କର ରହୁଥିବା ଭଙ୍ଗା ଦଦରା କୁଡିଆ ଥିବାବେଲେ ବିଦ୍ୟୁତ ସଂଯୋଗ ମଧ୍ୟ ନାହିଁ ଓ ପାଇଖାନା ନ ଥିବାର ଜଣା ପଡିଛି । ଏ ଖବର ଶୁଣିଲା ପରେ ଅଞ୍ଚଳ ର ସମାଜସେବୀ ବିନ୍ଦୁ ମହାନନ୍ଦ ବୁଢିମା ଓ ଝିଅ ନିକଟକୁ ପହଞ୍ଚି ତୁରନ୍ତ ସମସ୍ୟା ବିଷୟରେ ଗୋଳାମୁଣ୍ଡା ବିଡିଓ ଙ୍କୁ ଜଣେଇଲେ । ଏମିତି ଅସୁବିଧାରେ ମା ଝିଅ ରହୁଛନ୍ତି ବୋଲି ସେ ଜାଣି ନ ଥିଲି ଓ ତୁରନ୍ତ କମ୍ ଦିନ ମଧ୍ୟରେ ପାଇଖାନା ର ବ୍ୟବସ୍ଥା କରିବେ ଏବଂ ଘର ଯେମିତି ତାଙ୍କୁ ମିଲି ପାରିବ ତାହାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ଏକ ଘର ଓ ପାଇଖାନା ପାଇଁ ଦିର୍ଘ ୧୫ ବର୍ଷରୁ ଜଣେଇ ଆସୁଥିଲେ ମଧ୍ୟ କିଛି ସମାଧାନ କରୁ ନାହାନ୍ତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts