FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ଗାଡି,ଅଳ୍ପକେ ବର୍ତିଲେ ଚାଳକ

ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ଗାଡି,ଅଳ୍ପକେ ବର୍ତିଲେ ଚାଳକ

ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ଗାଡି,ଅଳ୍ପକେ ବର୍ତିଲେ ଚାଳକ
SHARE NOW :

କେନ୍ଦୁଝର(ନୀଳାଚଳ ଲାଇଭ ଓଡିଶା ବ୍ୟୁରୋ):କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲହଣ୍ଡା ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କେନ୍ଦୁଝରରୁ ପ୍ରଗତି କମ୍ପାନୀର କ୍ଷୀର ନେଇ ଯୋଡ଼ା ଅଭିମୁଖେ ଆସୁଥିବା ଏକ ଭ୍ୟାନ ଭାରସାମ୍ୟ ହରାଇ ୫୨୦ ନମ୍ବର ଜାତୀୟ ରାଜପଥ ଲହଣ୍ଡା ଛକ ନିକଟରେ ଓଲଟି ପଡିଥିବାର ଦେଖିବାକୁ ମିଳିଛି । ଭୟରେ ଘଟଣା ସ୍ଥଳରୁ ଗାଡିଟିର ଚାଳକ କୌଶଳ କ୍ରମେ ଫେରାର ହେଇଯାଇଥିବା ଜଣାପଡିଛି । ଖବରପାଇ କେନ୍ଦୁଝର କ୍ଷୀର ବିତରକ ଜୋଡାସ୍ଥିତ ଡିଲରଙ୍କୁ ଫୋନ କରିବାରୁ ଘଟଣାସ୍ଥଳରେ ଡିଲର ପହଂଚି ଗାଡିଟିକୁ ଉଠେଇଥିବା ଜଣାପଡିଛି । ଗାଡିଟିରେ ୧୦ କୁଇଣ୍ଟାଲ କ୍ଷୀର ଥିବାବେଳେ ପାଖାପାଖି ୫୦ ଲିଟର କ୍ଷୀର ରାସ୍ତାରେ ଫାଟି ବୋହିଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Related Posts