FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଜଗା ଦ୍ୱାରରେ ନାବାଳିକାକୁ ଅସଦାଚାରଣ, ଗିରଫ ହେଲେ ପୂଜକ

ଜଗା ଦ୍ୱାରରେ ନାବାଳିକାକୁ ଅସଦାଚାରଣ, ଗିରଫ ହେଲେ ପୂଜକ

ଜଗା ଦ୍ୱାରରେ ନାବାଳିକାକୁ ଅସଦାଚାରଣ, ଗିରଫ ହେଲେ ପୂଜକ
SHARE NOW :

ପୁରୀ(ଲାଇଭ ଓଡିଶା ନ୍ୟୁଜ); ଥମୁନି ନାରୀ ହିଂସା । ଦିନକୁ ଦିନ ବଢିଚାଲିଛି ନାରୀମାନଙ୍କ ଉପରେ ଅତ୍ୟାଚାର । ଦୈନନ୍ଦିନ ସମାଜରେ ଦେଖିବାକୁ ମିଳୁଛି ଏମିତି ବିଭିନ୍ନ ଘଟଣା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିରରେ । ଜଗା ଦୁଆରେ ଭି ନରରାକ୍ଷସମାନେ ପଛଉନାହାନ୍ତି ଏଭଳି ଅଭଦ୍ରାମି କରିବାକୁ । ମନ୍ଦିର ପରିସରରେ ଜଣେ ନାବାଳିକାକୁ ଅସଦାଚରଣ କରି ଅଡୁଆରେ ପଡିଯାଇଛନ୍ତି ଜଣେ ପୂଜକ । ଏପରି ସମ୍ବେଦନଶୀଳ ଗଟଣାଟି ୨ ଦିନ ପୂର୍ବରୁ ଘଙ୍କିଯାଇଥିଲେ ମଧ୍ୟ ଆଜି ଲୋକଲୋଚନକୁ ଆସିଛି । ପ୍ରାୟ ୨ ଦିନ ପୂର୍ବେ ଜଣେ ନାବାଳିକା ତାଙ୍କ ପରିବାର ସହ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ଏହି ସମୟରେ ମନ୍ଦିର ପରିସରରେ ଥିବା ବାମନ ମନ୍ଦିରରେ ଜଣେ ପୂଜକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ତେବେ ପୋଲିସ ପକ୍ଷରୁ ସିଡବ୍ଲୁସିରେ ନାବାଳିକାଙ୍କୁ କାଉନସେଲିଂ ପରେ ବୟାନ ରେକର୍ଡ କରାଯାଇଥିଲା । ପକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ୍‌କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ଶେଷରେ ପୋଲିସ ଦ୍ୱାରା ପୂଜକ ସଂଗ୍ରାମ ଦାସ ଗିରଫ ହୋଇ କୋର୍ଟଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts