FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ନିଶ୍ଚିନ୍ତକୋଇଲିରେ ଉଦ୍‌ଘାଟନ ହେଲା ମଡେଲ ହାଟ

ନିଶ୍ଚିନ୍ତକୋଇଲିରେ ଉଦ୍‌ଘାଟନ ହେଲା ମଡେଲ ହାଟ

ନିଶ୍ଚିନ୍ତକୋଇଲିରେ ଉଦ୍‌ଘାଟନ ହେଲା ମଡେଲ ହାଟ
SHARE NOW :

ନିଶ୍ଚିନ୍ତକୋଇଲି (ଲାଇଭ ଓଡିଶା ନ୍ୟୁଜ):କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ମଡେଲ ହାଟ । ଏହା ଜିଲ୍ଲାର ପ୍ରଥମ ମଡେଲ ଭାବରେ ପରିଗଣିତ ହେଉଛି । ଆଜି ନିଶ୍ଚନ୍ତକୋଇଲିରେ ପଞ୍ଚାୟତିରାଜ, ଅଇନି ଓ ନଗରଉର୍ଣ୍ଣୟନ ମନ୍ତ୍ରୀ ପ୍ରତାପଜେନା ଏହି ମଡେଲ ହାଟର ଉଦ୍‌ଘାଟନ କରିଛନ୍ତି । ଏହି ଉଦଘାଟନୀ ସଭାରେ . ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡି ସହ ବହୁ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଓ କର୍ମୀ ମାନେ ଉପସ୍ଥିତ ରହି . ଏକ ବିଶାଳ ରାଲି ମାଧ୍ୟମରେ ମନ୍ତ୍ରୀଙ୍କୁ ପାଛୋଟି ଆଣିଥିଲେ । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହୁ ସଂଗଠନ ତରଫରୁ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇ ଥିଲା ।ସୂଚନା ମତାବକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଚାଷୀ ପରିବା ବିକ୍ରି ପାଇଂ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଣୁ ଏହି ମଡେଲ ହାଟର ଉଦ୍‌ଘାଟନ ନ ପରେ ସ୍ଥାନୀୟବାସୀନ୍ଦା ଙ୍କ ମନରେ ଉତତ୍ସାହ ଖେଳିଯାଇଛି । । ଏହି ସଭାରେ ମନ୍ତ୍ରୀ ପ୍ରତାପ ଜେନା ଆଗାମୀ ଦୁଇ ମାସ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଏକ ହସ୍‌ପିଟାଲ୍ ଏବଂ ଏକ ମିଲ୍କ ପ୍ରଡକ୍ସନ୍ ସେଣ୍ଟର ଖୋଲାଯିବା ନେଇ ପ୍ରତିଶୁତି ଦେଇଛନ୍ତି ।
ଜିଲ୍ଲାର ପ୍ରଥମ ମଡେଲ ସାପ୍ତାହିକ ହାଟ କୁ କାର୍ଯ୍ୟକାରୀ କରାଯାଇଥିବାରୁ ଚାଷୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି। ଆଲୋକୀକରଣ, ପାନୀୟଜଳ, ଶୌଚାଳୟ ଓ ଯାନବାହାନ ଯିବା ଆସିବା ପାଇଁ ସୁବିଧା ସୁଯୋଗ ମଧ୍ୟ କରାଯାଇଛି । ଉକ୍ତ ସଭାରେ ବ୍ଲକ ଅଦକ୍ଷା ସବିତା ଓଝା, ସବିତା ସାମଲ, ଗିରିଶରଞ୍ଜନ ମହାପାତ୍ର, ଫକୀର ଚରଣ ନାୟକ, କ୍ଷୀର ପଣ୍ଡା ଏବଂ ବହୁ ମାନ୍ୟ ଗଣ୍ୟ ଉପସ୍ଥିତ ରହି ମନ୍ତ୍ରୀ ପ୍ରତାପ ଜେନାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts