ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ବିସ୍ଥାପିତ ପରିବାରଙ୍କୁ ସହାୟତା ପାଇଁ ଗଣ ଧାରଣା

SHARE NOW :
କଳାହାଣ୍ଡି( ଲାଇଭ ଓଡିଶା ନ୍ୟୁଜ):୧୯୭୮ରେ ଆରମ୍ଭ ହୋଇଥିଲା ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ । ପ୍ରକଳ୍ପ ର ପାୱାର ହାଉସ କଳାହାଣ୍ଡି ଜିଲ୍ଲା ସହ ଅନ୍ୟ ୨ଟି ଜିଲ୍ଲାରେ ରହିଛି।ତେବେ ଜଳଭଣ୍ଡାର, ଗେଟ ଓ ଅନ୍ୟ କାର୍ଯ୍ୟ ସମ୍ପାଦନ ପାଇଁ ୧୯୯୦ ରୁ ୧୯୯୩ ରେ କଳାହାଣ୍ଡି ଜିଲ୍ଲାର ୩୨ଶହ ପରିବାର ସହ କୋରାପୁଟର ୧୦୬୧ ଓ ନବରଙ୍ଗପୁର ଜିଲ୍ଲାର ୧୮୭୧ ପରିବାର ବିସ୍ଥାପିତ ହୋଇଥିଲେ।ବିସ୍ଥାପିତ ପରିବାର ପାଇଁ ଆରଏସି ପଲିସି ତିଆରି ହୋଇଥିଲା ।କିନ୍ତୁ ଏହି ପରିବାର ମାନଙ୍କୁ ଏ ପର୍ଯ୍ୟନ୍ତ କିଛି ସୁବିଧା କରାଯାଇ ନାହିଁ ବୋଲି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳର ଗଣ ପରିଷଦ ଅଭିଯୋଗ କରିଛି।ଏ ନେଇ ଆସନ୍ତା ୨୨ ଡିସେମ୍ବର ଦିନ ଠାରୁ ସମସ୍ତ ପରିବାର ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରକଳ୍ପ ପ୍ରଶାସନ ଖାତିଗୁଡା କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବାକୁ ଘୋଷଣା କରିଛନ୍ତି । ଏ ନେଇ ପ୍ରକଳ୍ପ ନିର୍ଦେଶକ ଥଇଥାନ ଓ ପୁନଃବସତୀ ଅଧିକାରୀ, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ନବରଙ୍ଗପୁର କୁ ପତ୍ର ସଂଖ୍ୟା ୧୮୪/୨୧ ରେ ଜଣାଇଛନ୍ତି ।ଅଭିଯୋଗ ଅନୁସାରେ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଶହ ଶହ ପରିବାରକୁ ବିସ୍ଥାପିତ କରାଯାଇଥିଲା।ଏହି ପରିବାର ମାନଙ୍କୁ ରାସ୍ତା, ପୋଖରୀ, ନଳକୂପ,ବାସଗୃହ,ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟ ଜଳ, ବିଜୁଳି,ଉଠା ଜଳସେଚନ ସୁବିଧା ସୁଯୋଗ ସହ ପରିବାର ର ଜଣକୁ ଯୋଗ୍ୟତା ଅନୁସାରେ ଚାକିରୀ ପ୍ରତିଶୃତି ମଧ୍ୟ ମିଳିଥିଲା।କିନ୍ତୁ ଦିର୍ଘ ୩୦ବର୍ଷ ହୋଇଥିଲେ ମଧ୍ୟ କୋଣସି ପ୍ରତିଶୃତି ପୂରଣ ହେଉନଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ପ୍ରକଳ୍ପ ପାଇଁ ଏହି ପରିବାର ଜମି, ଘରବାଡ଼ି, ଗଛ ସହ ନିଜର ଭିଟାମାଟି ହରାଇ ଥିଲେ। ତେଣୁ ଏ ମାନଙ୍କ ହକ ପ୍ରଦାନ କରାଯାଉ ବୋଲି ଗଣ ପରିଷଦ ଦାବି କରିଛନ୍ତି ।